ସଂଚାର ବ୍ୟୁରୋ: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରଙ୍କ ଖୋଲୁଛି ଗୁପ୍ତଚର ଗୁମର। ଜାମ୍ମୁ କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣର ତିନି ମାସ ପୂର୍ବରୁ ସେଠାକୁ ଯାଇଥିଲେ ଜ୍ୟୋତି। ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନୀ ହାଇ କମିଶନର ଦାନିଶ ନାମକ ଜଣେ କର୍ମଚାରୀ ହନିଟ୍ରାପ୍ କରିଥିଲେ। ଦାନିଶ ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ ISI ସହିତ ଜଡିତ ବୋଲି ଜଣାପଡିଛି। ଜ୍ୟୋତିଙ୍କୁ ISIକୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଗିରଫ କରାଯାଇଛି। ସେ ଦିଲ୍ଲୀରେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ପାକିସ୍ତାନୀ କର୍ମଚାରୀଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲେ ବୋଲି ଅଭିଯୋଗ ହୋଇଛି । ଗତ ୧୩ ତାରିଖରେ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ସେହି ପାକିସ୍ତାନୀ ଅଧିକାରୀଙ୍କୁ ବହିଷ୍କାର କରିଥିଲା ଭାରତ । ଅପରେସନ ସିନ୍ଦୂର ଆରମ୍ଭ ହେବା ପରଠାରୁ ଭାରତରେ ଗୁପ୍ତଚର ଏବଂ ପାକିସ୍ତାନର ଆଇଏସଆଇକୁ ସୂଚନା ଯୋଗାଇବା ଅଭିଯୋଗରେ ଜ୍ୟୋତିଙ୍କ ସହିତ ଅନ୍ୟ ପାଞ୍ଚ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।