ପୁଣି ଇସ୍କନର ମନମାନି । ଚଳିତ ମାସ ୧୮ ତାରିଖରେ ଆୟୋଜନ କରୁଛି ଅଦିନିଆ ରଥଯାତ୍ରା । ଲଣ୍ଡନରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥପ୍ରେମୀ ଯୋଗଦେବା ପାଇଁ ଅନଲାଇନ ମାଧ୍ୟମରେ ସୂଚନା ଦେଇଛି ଇସ୍କନ । ୟୁଟ୍ୟୁବର ଗୋବିନ୍ଦ କ୍ରୀଷ୍ଣ ଦାସ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବା ନେଇ ମଧ୍ୟ ସୂଚନା ରହିଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, କୀର୍ତ୍ତନ, ଯୋଗ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବା ନେଇ ସୂଚନା ଦିଆଯାଇଛି ।