ସଂଚାର ବ୍ୟୁରୋ: ଭାରତ-ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗରେ ୟୁଟର୍ଣ୍ଣ ନେଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଭାରତ ପାକିସ୍ତାନ ଅସ୍ତ୍ରବିରତିରେ ସିଧାସଳଖ ମଧ୍ୟସ୍ଥତା କରିନାହିଁ ବୋଲି କହିଛନ୍ତି ଟ୍ରମ୍ପ। କତାରର ଅଲ ଉଦେଦ ଏୟାରବେସରେ ଏନେଇ ସୂଚନା ଦେଇଛନ୍ତି ଟ୍ରମ୍ପ। ଦୁଇ ଦେଶ ଭିତରେ ସମସ୍ୟାର ସମାଧାନ ଲାଗି ଚେଷ୍ଟା କରିଥିଲି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଥିଲେ ସ୍ଥିତି ସଂଗୀନ ହୋଇଥାନ୍ତା। ଏହାସହ ଭାରତ ପାକିସ୍ତାନ ମଧ୍ଯରେ ମିସାଇଲ ପ୍ରସଙ୍ଗରେ ବି ବିବାଦ ବଢ଼ିଥାନ୍ତା। ବର୍ତ୍ତମାନ ଦୁଇ ଦେଶ ମଧ୍ଯରେ ବିବାଦର ସମାଧାନ ହୋଇପାରିଛି। ଉତ୍ତେଜନା ବଦଳରେ ବାଣିଜ୍ୟ ଲାଗି ଦୁଇ ଦେଶ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି ଟ୍ରମ୍ପ। ବିବାଦ ସମାଧାନ ପରେ ଉଭୟ ଭାରତ ଓ ପାକିସ୍ତାନ ଖୁସି ଅଛନ୍ତି। ତେବେ ବିଭିନ୍ନ ପ୍ରସଙ୍ଗ ନେଇ ଦୁଇ ଦେଶ ମଧ୍ଯରେ ବିବାଦ ରହିଆସିଛି ବୋଲି କହିଛନ୍ତି ଟ୍ରମ୍ପ।