ବିଡିଓ, ସିଡିଓଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ଜନପ୍ରତିନିଧି ଙ୍କ କଥା ଶୁଣୁନଥିବାରୁ ତାଗିଦ କଲେ । ବିଧାୟକ ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ବି ସମ୍ମାନ ଦେଉନାହାନ୍ତି । ସଭାରୁ ଲୋକଙ୍କୁ ଚାଲିଯିବାକୁ କୁହାଯାଉଛି । ମୋ ପାଖରେ ସବୁ ରେକର୍ଡ ଅଛି । ନୂଆ ସରକାରଙ୍କ ଆଭିମୁଖ୍ୟ ନେଇ କାମ କରିବାକୁ ପଡିବ । ମୋ ସରଳତା ମୋ ଦୁର୍ୱଳତା ନୁହେଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ମନରେଗାରେ ଦୁର୍ନୀତି ହେଉଛି କହିଲେ ମୁଖ୍ୟମନ୍ତ୍ରୀ । ମେସିନରେ ବନ୍ଦ କରି ଶ୍ରମିକ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।