ସଂଚାର ବ୍ୟୁରୋ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି। ତାଙ୍କୁ ଏବେ ପ୍ରଦାନ କରାଯିବ ଦୁଇଟି ବୁଲେଟ ପ୍ରୁଫ୍ ଗାଡ଼ି । ଦିଲ୍ଲୀରେ ତାଙ୍କ ବାସଭବନ ଚାରି ପାଖରେ କଡ଼ା ବ୍ୟବସ୍ଥା କରାଯାଇଛି। ଅପରେସନ ସିନ୍ଦୂର ପରେ ଭାରତ-ପାକ୍ ସୀମା ଉତ୍ତେଜନା ପରେ ଏହି ପଦକ୍ଷେପ ନିଆଯାଇଛି। ତାଙ୍କୁ ପ୍ରଦାନ କରାଯାଇଥିବା Z ବର୍ଗର ସୁରକ୍ଷା କଭରର ସମୀକ୍ଷା ପରେ ଦୁଇଟି ବୁଲେଟ ପ୍ରୁଫ୍ ଗାଡ଼ି ଯୋଡାଯାଇଛି। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଦ୍ୱାରା ଜୟଶଙ୍କରଙ୍କ ସୁରକ୍ଷାର ଏକ ସମୀକ୍ଷା କରାଯାଇଥିଲା ଏବଂ ସେମାନେ ତାଙ୍କ Z ବର୍ଗର ସୁରକ୍ଷାରେ ଆଉ ଏକ ଗାଡ଼ି ଯୋଡ଼ିବାକୁ ପରାମର୍ଶ ଦେଇଥିଲେ। ପୂର୍ବରୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କମାଣ୍ଡୋ ଜୟଶଙ୍କରଙ୍କୁ ସୁରକ୍ଷା ଦେଉଥିଲେ। ୨୪ ଘଣ୍ଟା ସୁରକ୍ଷା ଦେବା ପାଇଁ ୩୩ ଜଣ କମାଣ୍ଡୋଙ୍କ ଏକ ଦଳ ନିୟୋଜିତ ଅଛନ୍ତି। …