Sunday, September 28, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆତଙ୍କବାଦ ବିରୋଧରେ ଭାରତର ‘ଲକ୍ଷ୍ମଣ ରେଖା’ ସ୍ପଷ୍ଟ: ମୋଦି

Sanchar Live by Sanchar Live
May 13, 2025
in ଭାରତ
0
ଆତଙ୍କବାଦ ବିରୋଧରେ ଭାରତର ‘ଲକ୍ଷ୍ମଣ ରେଖା’ ସ୍ପଷ୍ଟ: ମୋଦି
0
SHARES
3
VIEWS
FacebookTwitter

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ପଞ୍ଜାବର ଆଦମପୁରସ୍ଥିତ ବାୟୁସେନା ଷ୍ଟେସନରେ ବାୟୁ ଯୋଦ୍ଧା ଏବଂ ସୈନିକମାନଙ୍କୁ ସମ୍ବୋଧିତ କରି ସେମାନଙ୍କ ସାହସ ଏବଂ ଦେଶ ପ୍ରତି ପ୍ରତିବଦ୍ଧତାର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘ଭାରତ ମାତା କି ଜୟ’ ସ୍ଲୋଗାନ କେବଳ ଏକ ସ୍ଲୋଗାନ ନୁହେଁ, ଏହାକୁ ରାଷ୍ଟ୍ରର ସୁରକ୍ଷା ପାଇଁ ଏକ ସୈନିକଙ୍କ ଶପଥ ବୋଲି କହିଛନ୍ତି। “ବିଶ୍ୱ ଏହି ସ୍ଲୋଗାନର ଶକ୍ତି ଦେଖିଛି। ‘ଭାରତ ମାତା କି ଜୟ’ କେବଳ ଏକ ସ୍ଲୋଗାନ ନୁହେଁ, ଏହା ପ୍ରତ୍ୟେକ ସୈନିକଙ୍କ ଶପଥ ଯିଏ ଭାରତ ମାତାର ସମ୍ମାନ ଏବଂ ମର୍ଯ୍ୟାଦା ପାଇଁ ନିଜ ଜୀବନକୁ ବାଜି ଲଗାନ୍ତି,” ସେ କହିଥିଲେ।

ଭାଷଣ ସମୟରେ ଆତଙ୍କବାଦୀଙ୍କୁ କଡା ଚେତାବନୀ ଦେଇ କହିଥିଲେ, ଆତଙ୍କବାଦ ବିରୋଧରେ ଭାରତର ‘ଲକ୍ଷ୍ମଣ ରେଖା’ ସ୍ପଷ୍ଟ । ଯଦି ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ କଡା ଜବାବ ଦିଆଯିବ । ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ ସମୟରେ ଏହା ଦେଖିଲୁ । ଅପରେସନ ସିନ୍ଦୂର ହେଉଛି ଭାରତର ନ୍ୟୁ ନର୍ମାଲ । କାଲିଠୁ କହି ସାରିଛ ତିନୋଟି ପଏଣ୍ଟ ଉପରେ ନିଷ୍ପତ୍ତି ହୋଇଛି । ଆତଙ୍କବାଦୀ ଆକ୍ରମଣ ହେଲେ, ଆମେ ଆମ ଉପାୟରେ କାର୍ଯ୍ୟ କରିବୁ । ଦ୍ୱିତୀୟତଃ କୌଣସି ପରିମାଣ ବ୍ଲାକମେଲ ସହ୍ୟ କରିବୁ ନାହିଁ । ତୃତୀୟତଃ ଆମେ ଆତଙ୍କବାଦକୁ ସମର୍ଥନ କରୁଥିବା ସରକାର, ମାଷ୍ଟରମାଇଣ୍ଡମାନଙ୍କୁ ପୃଥକ ସଂସ୍ଥା ଭାବେ ଦେଖିବୁ ନାହିଁ । ବିଶ୍ୱ ମଧ୍ୟ ଭାରତର ନୂତନ ରୂପ ଓ ବ୍ୟବସ୍ଥା ବୁଝି ଆଗକୁ ବଢିବ ।

ପାକିସ୍ତାନ ଉପରେ ସାମ୍ପ୍ରତିକ ସାମରିକ ସଫଳତା ବିଷୟରେ ଉଲ୍ଲେଖ କରି କହିଥିଲେ, “ଶତ୍ରୁଙ୍କ ଉପରେ ଭାରତ ମାତା କି ଜୟ ହୋଇଛି । ଆପଣମାନଙ୍କ ପ୍ରଦର୍ଶନ ନୂଆ ପିଢି ପାଇଁ ଆଦର୍ଶ ବନିଛି । ସମସ୍ତ ୩ ସେନା ବାହିନୀଙ୍କୁ ମୁଁ ସାଲ୍ୟୁଟ କରୁଛି । ଆତଙ୍କବାଦୀ ଆମ ମା, ଭଉଣୀଙ୍କ ସିନ୍ଦୂର ପୋଛି ଦେଲେ, ଆମେ ସେମାନଙ୍କ ଘରେ ପଶି ଖୋଜି ଖୋଜି ମାରିଲୁ । ୯ଟି ଆତଙ୍କୀ ଠିକଣାକୁ ଆମେ ମାଟିରେ ମିଶାଇଲୁ । ୧୦୦ରୁ ଉର୍ଦ୍ଧ ଆତଙ୍କବାଦୀଙ୍କୁ ନିପାତ କରିପାରିଲୁ । ଏଣିକି ସର୍ବଦା ଘରେ ପଶି ମାରିବୁ, ବଞ୍ଚିବାକୁ ଦେବୁନି । ମହାରାଣା ପ୍ରତାପଙ୍କ ପଂକ୍ତିଙ୍କ ଆଧାର କରି ନିଶାନା କଲେ । ଅପରସେନ ସିନ୍ଦୂର ଆମ ମନୋବଳ ବଢାଇଛି । ୨୦ରୁ ୨୫ ମିନିଟ୍ ଭିତରେ ସଠିକ ଟାର୍ଗେଟ ନିଶ୍ଚିତ ବାହାଦୁରୀ । ସେମାନେ କିଛି କଳ୍ପନା କରିବା ପୂର୍ବରୁ ହିଟ୍ କରିପାରିଲେ । ଆତ୍ମରକ୍ଷା ବାଟ ନପାଇ ପାକିସ୍ତାନ ବେସାମରିକ ବିମାନ ଉଡାଇଲା । ଆପଣମାନେ ବେଶ୍ ସତର୍କତାର ସହ ଆତଙ୍କୀ ଠିକଣାରେ ପହଞ୍ଚିଲେ । ପାକିସ୍ତାନ ଡ୍ରୋନ, ଏୟାରକ୍ରାଫ୍ଟ ଆମ ଏୟାର ଡିଫେନ୍ସ କ୍ରସ କରିପାରିବନି । ଅପରେସନ ସିନ୍ଦୂର ଆମ ନ୍ୟୁ ନର୍ମାଲ । କୌଣସି ପ୍ରକାର ନ୍ୟୁକ୍ଲିୟର ବ୍ଲାକମେଲିଂ ଭାରତ ସହିବନି । ବାୟୁସେନା, ନୌସେନା, ସ୍ଥଳସେନା ମିଶିକି ସଫଳତା ପାଇଲେ ।”

ଅତୀତର ସଂଘର୍ଷକୁ ମନେ ପକାଇ ମୋଦୀ କହିଛନ୍ତି, “ଭାରତ ଗୌତମ ବୁଦ୍ଧ ଏବଂ ଗୁରୁ ଗୋବିନ୍ଦ ସିଂହଙ୍କ ଭୂମି। ଆମର ଶତ୍ରୁମାନେ ଭୁଲିଗଲେ ଯେ ସେମାନେ ଏହି ମହାନ ଭୂମିର ଯୋଦ୍ଧାମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଆମର ସେନା, ବାୟୁସେନା ଏବଂ ନୌସେନା କର୍ମଚାରୀମାନେ ପାକିସ୍ତାନୀ ସେନାକୁ ଧୂଳି ଚଟାଇ ଦେଇଛନ୍ତି ଏବଂ ସେମାନଙ୍କୁ ସେମାନଙ୍କର ସ୍ଥାନ ଦେଖାଇଛନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ “କେବଳ ଆମର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବିଷୟରେ ଭାବି ଦୀର୍ଘ ଦିନ ଯାଏଁ ନିଦ ହବନି।

Tags: indian armynarendra modi
ShareTweetShareSend
Sanchar Live

Sanchar Live

Next Post
୨୦୨୭ ବିଶ୍ବକପରେ ବିରାଟ- ରୋହିତ ଖେଳିବା ନେଇ ଏମିତି କହିଲେ ଗାଭାସ୍କର

୨୦୨୭ ବିଶ୍ବକପରେ ବିରାଟ- ରୋହିତ ଖେଳିବା ନେଇ ଏମିତି କହିଲେ ଗାଭାସ୍କର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.