ସଂଚାର ବ୍ୟୁରୋ: ପ୍ରେମ ପାଇଁ ସ୍ବାମୀ ଓ ପରିବାରକୁ ଛାଡିଲେ ମହିଳା। ପଞ୍ଚାୟତ ଆଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ମହିଳା।କେନ୍ଦୁଝର ଆନନ୍ଦପୁର ଥାନା ଅକରୁଆ ଗାଁର ଏହି ଘଟଣା । ୭ ବର୍ଷ ତଳେ ଗାଁରେ ବିବାହ କରିଥିଲେ ସମ୍ପୃକ୍ତ ମହିଳା। ତାଙ୍କର ପାଞ୍ଚ ବର୍ଷର ପୁଅ ଟିଏ ମଧ୍ୟ ରହିଛି । ବିଦ୍ୟାଧରପୁର ଗାଁର ମାନସ ଦେହୁରୀ ନାମକ ଜଣେ ଯୁବକ ସହିତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବକ ଜଣକ ମଧ୍ୟ ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି ଭାଇରାଲ କରିବା ଭୟ ଦେଖାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲା ।ଗତ ରବିବାର ମହିଳା ଜଣଙ୍କ ଘର ଭିତରେ ଯବୁକଙ୍କ ସହ ରହିଥିବା ବେଳେ ପରିବାର ଲୋକେ ବାହାରପଟୁ କବାଟ ବନ୍ଦକରି ଗାଁ ଲୋକଙ୍କୁ ଡାକିଥିଲେ। ଏନେଇ ରାତିସାରା ଗାଁରେ ପଞ୍ଚାୟତ ବସିଥିଲା । ଯୁବକଙ୍କ ପରିବାର ଲୋକେ ଅକରୁଆ ଗାଁରେ ଅଟକ ରଖାଯାଇଥିବା ନେଇ ପୋଲିସକୁ ଜଣାଇଥିଲେ। ତାଙ୍କ ପୁଅକୁ ଉଦ୍ଧାର କରିବା ପାଇଁ ଗୁହାରି କରିଥିଲେ। ଏନେଇ ପୋଲିସ ପହଞ୍ଚି ପଞ୍ଚାୟତ ଭିତରେ ବସିଥିବା ମହିଳା ଓ ଯୁବକକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା।ରାତି ପାହିବା ପରେ ପୁଲିସ ବାଧ୍ୟ ହୋଇ ଫେରିଯାଇଥିଲା।ଶେଷରେ ମହିଳା ଜଣକ ସ୍ୱାମୀ ସହିତ ନରହି ପ୍ରେମିକ ପାଖରେ ରହିବା ନେଇ ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ। ଏହାପରେ ଯୁବକ ଓ ମହିଳାଙ୍କୁ ଛାଡିଥିଲେ ଗ୍ରାମବାସୀ।…