ସଂଚାର ବ୍ୟୁରୋ: ଖଣି ବିଭାଗର ରେଡ଼ l ୩ଟି ଟ୍ରାକ୍ଟର ଜବତ ।ଜଳେଶ୍ବର ଦହମୁଣ୍ଡାରେ ସୁବର୍ଣ୍ଣରେଖା ନଦୀପଠାରୁ ଦିର୍ଘଦିନ ଧରି ମାଟି କାଟି ଓ ବାଲି ଉତ୍ତୋଳନ କରି ଦୁର୍ବୃତ୍ତ ମାନେ ବୋହି ନେଉଯାଉଥିଲେ। ଖବର ପାଇ ଖଣି ବିଭାଗର ଅଧିକାରୀ ଜିତେନ୍ଦ୍ର ଦାସଙ୍କ ନେତୃତ୍ବରେ ଦୁଇଜଣ ଅଧିକାରୀ ଉଲୁଡ଼ା ଛକ ନିକଟରୁ ଦୁଇଟି ମାଟି ଟ୍ରାକ୍ଟର ସହିତ ଗୋଟିଏ ବାଲି ଟ୍ରାକଟର ଜବତ କରି କମର୍ଦ୍ଦା ଥାନାରେ ଜିମା ଦେବା ସହିତ ୩ ଜଣ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ମାଟି ଓ ବାଲି ଦିନ ଦ୍ୱିପ୍ରହରରେ ବିଭିନ୍ନ ଜାଗାକୁ ଚୋରା ଚାଲାଣ ହଉଥିଲା । ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ ମାଫିଆ । ଏଭଳି ଅଚାନକ ରେଡ କୁ ନେଇ ବାଲି ଓ ମାଟି ମାଫିଆ ଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେଇଛି।