Saturday, February 7, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମହିଳା ଫାଷ୍ଟଟ୍ରାକ୍ କୋର୍ଟ : ଆଇନ ମନ୍ତ୍ରୀ

Sanchar Live by Sanchar Live
May 10, 2025
in ଓଡିଶା
0
ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମହିଳା ଫାଷ୍ଟଟ୍ରାକ୍ କୋର୍ଟ : ଆଇନ ମନ୍ତ୍ରୀ
0
SHARES
17
VIEWS
FacebookTwitter

ମହିଳାଙ୍କ ଉପରେ ନିର୍ଯାତନା, ଅପରାଧ ଏବଂ ଘରୋଇ ହିଂସା ଜନିତ ମାମଲାଗୁଡ଼ିକର  ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟରେ ଖୁବ୍ ଶୀଘ୍ର ୫ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଆରମ୍ଭ କରାଯିବ ବୋଲି ରାଜ୍ୟ ଆଇନ୍‌, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ଫାଷ୍ଟଟ୍ରାକ୍ କୋର୍ଟଗୁଡ଼ିକ ଏକ ମାସ ମଧ୍ୟରେ ମାମଲାର ଶୁଣାଣି କରି ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫରେନ୍‌ସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି ବିଭାଗ ଏବଂ ଇଣ୍ଡିଆନ୍ ଏକାଡେମି ଅଫ୍ ଫରେନ୍‌ସିକ୍ ମେଡିସିନ୍ (ଆଇଏଏଫଏମ୍‌)ର ରାଜ୍ୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜିତ ମେଡିକୋ-ଲିଗାଲ ସୋସାଇଟି ଅଫ୍ ଓଡ଼ିଶା (ଏମ୍‌ଏଲଏସ୍‌ଓ)ର ୪୩ତମ ବାର୍ଷିକ ସମ୍ମିଳନୀ “ଏମ୍‌ଇଏଲ୍‌ଇଏସ୍‌ଓସିଓଏନ୍ ୨୦୨୫” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

ଶ୍ରୀ ହରିଚନ୍ଦନ କହିଥିଲେ ଯେ ଅପରାଧର ତଦନ୍ତ, ଅପରାଧୀଙ୍କୁ ଦଣ୍ଡ ଏବଂ ନ୍ୟାୟ ପ୍ରଦାନ କରିବାରେ ଫରେନ୍‌ସିକ୍ ସାଇନ୍ସର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଥାନାଗୁଡ଼ିକରେ କର୍ତ୍ତବ୍ୟରତ ତଦନ୍ତକାରୀ ଅଫିସରମାନେ ମେଡିକୋ-ଲିଗାଲ ପାଠ୍ୟ ସମ୍ପର୍କିତ ଜ୍ଞାନ ଆହରଣ କରିବା ଉଚିତ୍‌। ସେମାନେ ତଦନ୍ତ ନିମନ୍ତେ ଫରେନ୍‌ସିକ୍ ସାଇନ୍ସ ସମ୍ପର୍କିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭଳି ଏକ ଅଗ୍ରଣୀ ଡାକ୍ତରୀ ଶିକ୍ଷାନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରଶଂସନୀୟ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ଗବେଷଣା କ୍ଷେତ୍ରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅନେକ ଯୋଗଦାନ ରହିଛି ବୋଲି କହିଥିଲେ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଗବେଷଣା କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ହସ୍ପିଟାଲ୍‌ରେ ଫରେନ୍‌ସିକ୍ ସାଇନ୍ସର ଗୁରୁତ୍ୱ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏହି ସମ୍ମିଳନୀର ଥିମ୍ ‘ଫରେନ୍‌ସିକ୍ ଫ୍ରନ୍‌ଟିୟର୍ସ: ଏନସିୟୁଅରିଂ ମ୍ୟାଟରନାଲ, ଚାଇଲ୍ଡ ଆଣ୍ଡ ଟ୍ରାନ୍ସଜେଣ୍ଡର ହେଲ୍‌ଥ ଫର ସୋସିଆଲ୍ ଜଷ୍ଟିସ୍‌’ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଡାକ୍ତରଖାନାରୁ ତଥ୍ୟ ପ୍ରମାଣ ସଂଗ୍ରହ କରିବା ସମୟରେ ଯେଉଁ ସମ୍ବେଦନଶୀଳତା ଅବଲମ୍ବନ କରାଯାଏ ବା କରାଯିବା ଉଚିତ୍ ସେ ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିବା ପ୍ରଫେସର ସାମନ୍ତସିଂହାର ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶାର ଆଡିସ୍‌ନାଲ୍ ଡିଏମ୍‌ଇଟି ତଥା ଏମ୍‌ଏଲଏସ୍‌ଓର ସଭାପତି ପ୍ରଫେସର ବ୍ରଜ କିଶୋର ଦାସ ବକ୍ତବ୍ୟ ରଖିଥିବା ବେଳେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱରର ଫରେନ୍‌ସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) କୁନାଲ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଫୁଲନଖରାର ଫରେନ୍‌ସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି ବିଭାଗର ମୁଖ୍ୟ ଡାକ୍ତର ଅଙ୍କିତା ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Tags: law ministerodisha
ShareTweetShareSend
Sanchar Live

Sanchar Live

Next Post
ମାନୁନି ପାକିସ୍ତାନ, ପୁଣି କଲା ଗୁଳିବର୍ଷା !

ମାନୁନି ପାକିସ୍ତାନ, ପୁଣି କଲା ଗୁଳିବର୍ଷା !

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଓଡ଼ିଆ ନେଭି କ୍ୟାଡେଟ୍‌ ସାର୍ଥକ ମହାପାତ୍ର ନିଖୋଜ ଘଟଣା : ନବୀନଙ୍କ ଉଦବେଗ
  • ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ଆସିଲା ବୋମା ଧମକ
  • ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ
  • ରାଜ୍ୟରେ ପୁଣି ଫେରିଛି ଥଣ୍ଡା, ଏଥର ବଢିବ ରାତି ତାପମାତ୍ରା
  • ସିକ୍କିମରେ ଭୂକମ୍ପ ଝଟକା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.