Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ କଲବଲ କରିବ ଗ୍ରୀଷ୍ମ ଲହରୀ..

Sanchar Live by Sanchar Live
May 10, 2025
in ଓଡିଶା
0
ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ କଲବଲ କରିବ ଗ୍ରୀଷ୍ମ ଲହରୀ..
0
SHARES
12
VIEWS
FacebookTwitter

ସଂଚାର ବ୍ୟୁରୋ: ଆସନ୍ତା ୫ ଦିନ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରି ବହିବ। ଗୁଳୁଗୁଳି ବି ଅଣନିଃଶ୍ୱାସୀ କରିବ । ୧୪ ତାରିଖ ଯାଏ ପ୍ରଚଣ୍ଡ ତାତିରୁ ନିସ୍ତାର ମିଳିବନି । ଶନିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ଓ ଗୁଳୁଗୁଳି ରହିବ । ୧୧, ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରି ବହିପାରେ । ୧୪ ତାରିଖ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମଲହରି ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୧୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ହୋଇପାରେ । ୧୧ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର ଓ ବୌଦ୍ଧରେ ଗ୍ରୀଷ୍ମଲହରୀ ବହିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି । ୧୨ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୩ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୁନ୍ଦରଗଡ଼ରେ ଗ୍ରୀଷ୍ମଲହରୀ କଲବଲ କରିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ଅସମ୍ଭାଳ ଗରମ ଓ ଗୁଳୁଗୁଳି ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସୂଚନା ଥାଉକି, ଶୁକ୍ରବାର ସମ୍ବଲପୁରରେ ଦିନ ତାପମାତ୍ରା ସର୍ବାଧିକ ୪୦.୬ ଡିଗ୍ରୀ ରହିଥିଲା । ଅନୁଗୁଳ, ହୀରାକୁଦରେ ୪୦.୧ ଡିଗ୍ରୀ ଓ ଝାରସୁଗୁଡ଼ାରେ ୪୦ ଡିଗ୍ରୀ ରେକର୍ଡ ହୋଇଥିଲା । ଟିଟିଲାଗଡ଼ ଓ ବୌଦ୍ଧରେ ୪୦ ଡିଗ୍ରୀ, ଜଗତସିଂହପୁରରେ ୩୯.୫ ଡିଗ୍ରୀ ରହିଥିଲା । ଭୁବନେଶ୍ୱରରେ ଦିନବେଳା ତାତି ୩୯.୨ ଡିଗ୍ରୀ ରହିଥିଲା । ସ୍ୱାଭାବିକଠାରୁ ପ୍ରାୟ ଦେଢ଼ ଡିଗ୍ରୀ ଅଧିକ ତାତି ରେକର୍ଡ ହୋଇଥିଲା । ଏଠାରେ ୬୦ ଡିଗ୍ରୀ ଭଳି ତାତି ଅନୁଭବ (ରିଅଲ ଫିଲ୍‌) ହୋଇଥିଲା । ଅଧିକ ଆର୍ଦ୍ରତା ପାଇଁ ଅଧିକାଂଶ ସ୍ଥାନରେ ୫୦ରୁ ୬୦ ଡିଗ୍ରୀ ଭଳି ତାତି ଅନୁଭବ ହୋଇଥିଲା । କଟକରେ ୫୦ ଡିଗ୍ରୀ, ଅନୁଗୁଳରେ ୬୦ଡିଗ୍ରୀ, ପୁରୀରେ ୬୦ ଡିଗ୍ରୀ, ଫୁଲବାଣୀରେ ୫୫ ଡିଗ୍ରୀ ଭଳି ତାତି ଅନୁଭବ ହୋଇଥିଲା । ଗୋପାଳପୁରରେ ଶୁକ୍ରବାର ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨.୮ ଡିଗ୍ରୀ ଅଧିକ ରହିଥିଲା । ପାରାଦୀପ ଓ ପୁରୀରେ ସ୍ୱାଭାବିକଠାରୁ ୨.୨ ଡିଗ୍ରୀ, ବାଲେଶ୍ୱରରେ ୧.୬ ଡିଗ୍ରୀ, ଚାନ୍ଦବାଲିରେ ୧.୫ ଓ ବାରିପଦାରେ ୧.୨ ଡିଗ୍ରୀ ଅଧିକ ରେକର୍ଡ ହୋଇଛି । ଫୁଲବାଣୀରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩.୮ ଡିଗ୍ରୀ କମ୍‌ ରେକର୍ଡ ହୋଇଛି । ଭବାନୀପାଟଣାରେ ୩.୫ ଡିଗ୍ରୀ, ଟିଟିଲାଗଡ଼ରେ ୨ ଡିଗ୍ରୀ ଓ ବଲାଙ୍ଗୀରରେ ଦିନ ବେଳାର ତାତି ୨.୫ ଡିଗ୍ରୀ କମ୍‌ ରେକର୍ଡ ହୋଇଛି । ବଲାଙ୍ଗୀରରେ ରାତି ରାତି ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରୀ ଓ ସମ୍ବଲପୁରରେ ୩.୧ ଡିଗ୍ରୀ ଅଧିକ ରହିଥିଲା ।

Tags: heatwaveodishaweather report
ShareTweetShareSend
Sanchar Live

Sanchar Live

Next Post
ପାକିସ୍ତାନକୁ ମିଳିଲା ଋଣ

ପାକିସ୍ତାନକୁ ମିଳିଲା ଋଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଆସିପାରେ ବିହାରର ଚୂଡ଼ାନ୍ତ ଭୋଟର ତାଲିକା
  • ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍
  • ମହାମାୟାଙ୍କ ମହାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ
  • ତାମିଲନାଡୁ କରୁର ଦଳାଚକଟା ଘଟଣା : ତାମିଲଗା ଭେଟ୍ରି କାଜାଗମ ଦିଲ୍ଲା ସମ୍ପାଦକ ମାଥେଝଗନ ଗିରଫ
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ବଢ଼ୁଛି ଭିଡ଼, ବଢ଼ିଲାଣି ଟ୍ରାଫିକ୍ ଚିନ୍ତା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.