ସଂଚାର ବ୍ୟୁରୋ: ସିଭିଲ ସୁରକ୍ଷା ନେଇ ସବୁ ରାଜ୍ୟକୁ ମକ୍ ଡ୍ରିଲ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ। ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଟ୍ରେନିଂ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆକାଶମାର୍ଗରେ ଆକ୍ରମଣ ହେଲେ ବାଜିବ ସାଇରନ୍। ଆକ୍ରମଣ ହେଲେ ବିପଦ ସଙ୍କେତ ଭାବେ ସାଇରନ ବାଜିବ। ତେଣୁ ସୁରକ୍ଷା ନେଇ ମକ ଡ୍ରିଲ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୭ ତାରିଖରେ ଏହି ମକ୍ ଡ୍ରିଲ କରାଯିବ। ୧୯୭୧ ପରେ ପ୍ରଥମ ଥର ପାଇଁ ଏପରି ମକଡ୍ରିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ଵାରା ଆଶଙ୍କା ପ୍ରକାଶ ପାଇଛି କି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଲାଗି ଯାଇପାରେ।