ସଂଚାର ବ୍ୟୁରୋ: ଇସ୍ରାଏଲର ବେନ ଗୁରିଅନ ବିମାନବନ୍ଦର ନିକଟରେ ମିସାଇଲ ଆଟାକ। ତେଲ ଅଭିବ ଯାଉଥିବା ଏୟାର ଇଣ୍ଡିଆ ବିମାନର ଗତିପଥ କରାଯାଇଛି ପରିବର୍ତ୍ତନ। ଫଳରେ ତେଲ ଅଭିବ ବଦଳରେ ଆବୁଧାବି ଅଭିମୁଖେ ଯାଇଛି ଏୟାର ଇଣ୍ଡିଆ ବିମାନ। ବିମାନ ବନ୍ଦର ନିକଟରେ ଆକ୍ରମଣ ପରେ ବଦଳିଥିଲା ବିମାନର ଗତିପଥ। ଏହି ବିସ୍ଫୋରଣ ପରେ ଆସନ୍ତା ୬ ତାରିଖ ଯାଏ ଏୟାର ଇଣ୍ଡିଆର ବିମାନ ସେବାକୁ ବାତିଲ କରାଯାଇଛି। ସେପଟେ ଏହି ହମଲା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କରିଛନ୍ତି ବଡ଼ ଘୋଷଣା। ୟେମେନର ହୌଥି ବିଦ୍ରୋହୀଙ୍କ ବିରୋଧରେ ହେବ ହମଲା ହେବ ବୋଲି କହିଛନ୍ତି ନେତନ୍ୟାହୁ।