ବଡଧରଣର ଲୁଟେରା ଗ୍ୟାଙ୍ଗ ଗିରଫ । ସାତ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ପ୍ରଶାନ୍ତ ମାଝୀ | ଦୀର୍ଘଦିନ ହେବ ଯାଜପୁର ଜିଲ୍ଲାର ଦଶରଥପୁର ଓ ବିଞ୍ଝାରପୁର ଅଂଚଳରେ ଆତଙ୍କ ଖେଳାଇଥିଲେ ଏହି ଲୁଟେରା ଗ୍ୟାଙ୍ଗ । ବନ୍ଧୁକ ମୁନରେ ଲୋକଙ୍କ ଘରେ କଳା କନା ବୁଲାଉଥିବା ବେଳେ ଏହାର ଟେର ପାଉନଥିଲା ପୋଲିସ । ଯାଜପୁର ଏସଡିପିଓଙ୍କ ନିର୍ଦେଶ କ୍ରମେ ମଙ୍ଗଳପୁର ଓ ଅଳୁକୁଣ୍ଡ ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ପ୍ରଥମେ ମୋବାଇଲ ଟ୍ରାକିଙ୍ଗ ଜରିଆରେ କେଉଁଝରରୁ ଜଣକୁ ଗିରଫ କରାଯାଇଥିଲା । ଅନ୍ୟପଟେ ଏହି ଗ୍ୟାଙ୍ଗରେ ଆହୁରି ତିନି ରୁ ଚାରିଜଣ ଥିବାବେଳେ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏସଡିପିଓ |