ସଂଚାର ବ୍ୟୁରୋ: ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ମଧ୍ୟସ୍ଥି ଭୂମିକା ଗ୍ରହଣ କରିବ ନାହିଁ ଆମେରିକା। ଯୁଦ୍ଧର ଅନ୍ତ ଘଟାଇବା ଲାଗି ଦୁଇ ଦେଶ ମଧ୍ଯରେ ଇଚ୍ଛାଶକ୍ତିର ଅଭାବ ଯୋଗୁ ଆମେରିକା ଏହି ନିଷ୍ପତ୍ତି ନେଇଛି। ମଧ୍ୟସ୍ଥି ଭୂମିକାରୁ ଓହରିବା ନେଇ ସୂଚନା ଦେଇଛି ଆମେରିକା ବୈଦେଶିକ ବ୍ୟାପାର ବିଭାଗ। ବୈଦେଶିକ ବ୍ୟାପାର ମୁଖପାତ୍ରା ଟାମ୍ମି ଟ୍ରୁସ କହିଛନ୍ତି- ଦୁଇ ଦେଶ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ଲାଗି ଆମେରିକା ବିଶେଷ ଉଦ୍ୟମ କରିଥିଲା। ମାତ୍ର ରୁଷ ଓ ୟୁକ୍ରେନ ପକ୍ଷରୁ ସେପରି କୌଣସି ଆଗ୍ରହ ମିଳି ନଥିଲା। ବାଧ୍ୟ ହୋଇ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମଧ୍ୟସ୍ଥି ଭୂମିକାରୁ ଓହରିବା ଲାଗି ନିଷ୍ପତ୍ତି ନେଇଥିଲେ। ଆମେରିାକ ଓ ୟୁକ୍ରେନ ମଧ୍ୟରେ ଖଣିଜ ଚୁକ୍ତି ହେବା ପରେ ପରେ ଆମେରିକା ମଧ୍ୟସ୍ଥି ଭୂମିକାରୁ ଓହରିଛି ।