ସଂଚାର ବ୍ୟୁରୋ: ସମ୍ବଲପୁର ଧନୁପାଲି ହତ୍ଯାକାଣ୍ଡର ଛାନବିନ କରୁଛି ପୋଲିସ। ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ଯାକାଣ୍ଡ ହୋଇଥିଲା। ଦୁଇ ଜଣଙ୍କ ଯୁକ୍ତି ତର୍କରୁ ଏତେ ବଡ଼ କାଣ୍ଡ ଘଟିଥିଲା। ଚାରଭାଟି ଅଂଚଳରେ ଦୁଇ ଜଣ ଯୁବକ ଦୈତାରୀ ମିର୍ଧା ଓ ଚୈତନ୍ୟ ହାତୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଚୈତନ୍ୟ ହଠାଥ୍ ଦୈତାରୀଙ୍କ ମୁଣ୍ଡକୁ ଅଘାତ କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଦୈତାରୀ ମିର୍ଧାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।ମୃତଦେହ ସମ୍ବଲପୁର ମେଡିକାଲରେ ଥିବାବେଳେ ଆଜି ଶବ ବ୍ୟବଛେଦ ହେବ ବୋଲି ସୂଚନା ମିଳିଛି ।