Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜିଠୁ ବଦଳିଲା ଏହିସବୁ ନିୟମ : ଜାଣନ୍ତୁ କଣ ଶସ୍ତା, କଣ ମହଙ୍ଗା

Sanchar Live by Sanchar Live
May 1, 2025
in ଓଡିଶା
0
ଆଜିଠୁ ବଦଳିଲା ଏହିସବୁ ନିୟମ : ଜାଣନ୍ତୁ କଣ ଶସ୍ତା, କଣ ମହଙ୍ଗା
0
SHARES
45
VIEWS
FacebookTwitter

ସଂଚାର ବ୍ୟୁରୋ: ମେ’ ମାସରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ଲୋକମାନଙ୍କ ପକେଟ ଉପରେ ପଡ଼ିପାରେ । ଟ୍ରେନ ଟିକଟ ବୁକିଂଠାରୁ ଆରମ୍ଭ କରି ATM ଟଙ୍କା ଉଠାଣ ପର୍ଯ୍ୟନ୍ତ, ୧ ମେ’ ୨୦୨୫ ଅର୍ଥାତ୍ ଆଜିଠାରୁ ଅନେକ ବଡ଼ ପରିବର୍ତ୍ତନ ଲାଗୁ ହେବ ।

ଆଜି ଠାରୁ ଦେଶବ୍ୟାପୀ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ସମଗ୍ର ଦେଶର ନାଗରିକଙ୍କୁ ପ୍ରଭାବିତ କରିବ । ସବୁଠାରୁ ପ୍ରମୁଖ ପରିବର୍ତ୍ତନ ହେଉଛି ଏଟିଏମ୍ କାରବାର ଶୁଳ୍କ ପାଇଁ ସଂଶୋଧିତ ଢାଞ୍ଚା, ଏହା ବ୍ୟତୀତ ସରକାର ଆଞ୍ଚଳିକ ବ୍ୟାଙ୍କଗୁଡ଼ିକୁ ଏକୀକୃତ କରି ଗ୍ରାମୀଣ ବ୍ୟାଙ୍କିଂ ବ୍ୟବସ୍ଥାକୁ ଏଫିସିଏଣ୍ଟ କରିବା ପାଇଁ ଏହାର ଅଭିଯାନକୁ ଆହୁରି ଆଗକୁ ବଢାଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଯଦି ଆପଣ ଟଙ୍କା ଉଠାଇବା ପାଇଁ ଅନ୍ୟ ବ୍ୟାଙ୍କର ATM ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣମାନଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ହେବ । ଯାଣିରଖନ୍ତୁ ଯେ ଅନ୍ୟ ବ୍ୟାଙ୍କର ଏଟିଏମରୁ ଧାର୍ଯ୍ୟ ଲିମିଟ ପରେ ଅର୍ଥ ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ । ପୂର୍ବରୁ ଏଥିପାଇଁ ୧୭ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ତାହା ୧୯ ଟଙ୍କା ହୋଇଯିବ । ଏଥିସହିତ ବାଲାନ୍ସ ଚେକ୍ କରିବା ଚାର୍ଜ ମଧ୍ୟ ୭ ଟଙ୍କାରୁ ବଢ଼ି ୯ ଟଙ୍କା କରାଯାଇଛି । ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଅନ୍ୟ ଏଟିଏମରୁ ମାସକରେ ମେଟ୍ରୋ ସହରରେ ୫ ଥର ଲିମିଟ ଦେଉଥିବା ବେଳେ ନନ୍ ମେଟ୍ରୋ ସହରରେ ୩ ଥର ଫ୍ରି ଟ୍ରାଞ୍ଜାକସନ ସୁବିଧା ଦେଇଥାଏ । ଏହାଠାରୁ ଅଧିକ ଟ୍ରାଞ୍ଜାକସନ କଲେ ଅଧିକ ଚାର୍ଜ ଲାଗିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି କ’ଣ ପାଇଁ ଏହି ଚାର୍ଜ ବଢ଼ିବ? ଏଟିଏମ୍ ଚାର୍ଜ ବଢ଼ିବାର କାରଣ ହେଉଛି, ଏଟିଏମ ନେଟଓ୍ବାର୍କ ଅପରେଟର ଓ ହ୍ବାଇଟ ଲେବଲ ଏଟିଏମ କମ୍ପାନୀଙ୍କ ତରଫରୁ ଇଣ୍ଟରଚେଞ୍ଜ ଫିସ୍ ବୃଦ୍ଧି ପାଇଁ ଦାବି କରିବା । ସେମାନଙ୍କର ମେଣ୍ଟେନାନ୍ସ ଓ ଅପରେସନ ଖର୍ଚ୍ଚ ପୂର୍ବାପେକ୍ଷା ବଢ଼ିଯାଇଥିଲା । ଏପରି ସ୍ଥିତିରେ NPCI ଏହି ଦାବିକୁ RBI ନିକଟରେ ଉପସ୍ଥାପନ କରିଥିଲା । ଏହାପରେ କେନ୍ଦ୍ରୀୟ ବ୍ୟାଙ୍କ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା । ଯେଉଁମାନେ ଅନ୍ୟ ବ୍ୟାଙ୍କର ATM ଉପରେ ଅଧିକ ନିର୍ଭର କରୁଥିଲେ, ଏବେ ସେମାନେ ବେଶି ପ୍ରଭାବିତ ହେବେ ।

ଏଥି ସହ ଜାଣିରଖନ୍ତୁ ଯେ ‘ହ୍ବାଇଟ୍ ଲେବଲ୍ ATM’ ସରକାରୀ ଏବଂ ଘରୋଇ ବ୍ୟାଙ୍କର ATM ପରି କାମ କରେ । ବ୍ୟାଙ୍କ ବଦଳରେ, ଏହାକୁ ଘରୋଇ କିମ୍ବା ଅଣ-ବ୍ୟାଙ୍କିଙ୍ଗ ଫିନାନସିଆଲ୍ କମ୍ପାନୀ (NBFC) ଦ୍ବାରା ନିବେଶ କରାଯାଏ । ଏଥିରେ ଆମେ ଆପଣମାନଙ୍କୁ କହିରଖୁଛୁ ଯେ ବ୍ୟାଙ୍କ ୟୁଜର ନିଜର ଫ୍ରି ମନ୍ଥଲି ଟ୍ରାଞ୍ଜେକ୍ସନ୍ ଲିମିଟ୍ ପରେ ଟଙ୍କା ଉଠାଇଲେ ଏହି ଚାର୍ଜ ଲାଗୁ ହେବ । ଏହାପରେ ଜାଣିବା ଆଜିଠାରୁ ଆଉ କେଉଁ ସବୁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି ।

ଅମୁଲ କ୍ଷୀରର ମୂଲ୍ୟ ବୃଦ୍ଧି :
ଅମୁଲ କ୍ଷୀରର ମୂଲ୍ୟ ବୃଦ୍ଧି ଘୋଷଣା କରିଛି । ଅମୂଲ କ୍ଷୀର ଉତ୍ପାଦର ନୂତନ ଦର ଆଜି ଅର୍ଥାତ୍ ୧ ମେ ୨୦୨୫ ଠାରୁ ଲାଗୁ ହୋଇଛି । ଅମୁଲ ଅନୁଯାୟୀ, ସାରା ଦେଶର କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ମଦର ଡେରୀ ମଧ୍ୟ ତାର କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା । ଏହାର ଅର୍ଥ ହେଉଛି ସାରା ଦେଶର ଲୋକଙ୍କ ଘର ବଜେଟ୍ ବୃଦ୍ଧି ପାଇବାକୁ ଯାଉଛି ।

୧୨ ଦିନ ବ୍ୟାଙ୍କ ଛୁଟି :
ମେ ମାସର ବ୍ୟାଙ୍କ ଛୁଟି ତାଲିକା ଅନୁସାରେ, ବିଭିନ୍ନ ରାଜ୍ୟରେ ବିଭିନ୍ନ ପର୍ବ ଏବଂ କାର୍ଯ୍ୟକ୍ରମ ଯୋଗୁଁ ବ୍ୟାଙ୍କଗୁଡ଼ିକ ୧୨ ଦିନ ପାଇଁ ବନ୍ଦ ରହିବ ।

Railway ନିୟମ ପରିବର୍ତ୍ତନ କରାଯାଇଛି :
୧ ମେ ୨୦୨୫ରୁ କାର୍ଯ୍ୟକାରୀ ହେବାକୁ ଥିବା ପରବର୍ତ୍ତୀ ପରିବର୍ତ୍ତନଟି ହେଉଛି ଭାରତୀୟ ରେଲୱେ ସହିତ ଜଡିତ । ପ୍ରକୃତରେ, ରେଲୱେ ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ କରାଯାଉଛି ଏବଂ ଏବେ ୱେଟିଂ ଟିକେଟ କେବଳ ଜେନେରାଲ୍ କୋଚରେ ବୈଧ ହେବ । ଅର୍ଥାତ୍ ଆପଣ ୱେଟିଂ ଟିକେଟ୍ ସହିତ ସ୍ଲିପର୍ କୋଚ୍ରେ ଯାତ୍ରା କରିପାରିବେ ନାହିଁ । ତେଣୁ ଆଡଭାନ୍ସ ରିଜରଭେସନ୍ ପିରିୟଡ୍ ୧୨୦ ଦିନରୁ ୬୦ ଦିନକୁ ହ୍ରାସ କରାଯାଇଛି ।

Tags: indianew rule
ShareTweetShareSend
Sanchar Live

Sanchar Live

Next Post
ବ୍ରହ୍ମପୁରରେ ପାକିସ୍ତାନ ଫ୍ଲାଗ, ବ୍ରହ୍ମପୁରରେ ପାକିସ୍ତାନ ଫ୍ଲାଗ

ବ୍ରହ୍ମପୁରରେ ପାକିସ୍ତାନ ଫ୍ଲାଗ, ବ୍ରହ୍ମପୁରରେ ପାକିସ୍ତାନ ଫ୍ଲାଗ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.