ସଂଚାର ବ୍ୟୁରୋ: ଝାଡ଼ଖଣ୍ଡର ଚପରା ନିକଟରେ ସ୍କୋର୍ପିଓ ଦୁର୍ଘଟଣାରେ ନଵ ବିବାହିତା ପତ୍ନୀଙ୍କ ସହ ତିନି ଜଣ ମହିଳା ମୃତ। ୬ ଦିନ ତଳେ ଗତ ୨୦ ତାରିଖ ଵିଵାହ କରିଥିବା ନଵ ଦମ୍ପତିଙ୍କ ସହ ୬ ଜଣ ମନ୍ଦିର ଦର୍ଶନ କରି ଫେରୁଥିବା ସମୟରେ ଘଟିଲା ଦୁର୍ଘଟଣା। ଦୁର୍ଘଟଣାରେ ନଵ ବିବାହିତା ପତ୍ନୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଵାମୀ ଗୁରୁତର ଆହତ ହୋଇଛନ୍ତି।ମୃତକଙ୍କ ମଧ୍ୟରୁ ଦୁଇଜଣ ଝାଡ଼ଖଣ୍ଡ ଅଞ୍ଚଳର ହୋଇଥିବା ବେଳେ ଜଣେ ସୁନ୍ଦରଗଡ଼ ଜିଲ୍ଲା ରାଏଵଗା ଅଞ୍ଚଳର ହୋଇଥିବା ସୃଚନା।ଗୁରୁତର ଆହତ ସ୍ଵାମୀ ରାଏବଗା ଥାନାର ହୋମଗାର୍ଡ ଥିବା ସୂଚନା।