ସଂଚାର ବ୍ୟୁରୋ: ପୋପ୍ ଫ୍ରାନସିସ୍ ଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ। ସମସ୍ତ ରୀତିନୀତି ସହ ଭାଟିକାନ ସିଟିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବିଭିନ୍ନ ଦେଶର ପ୍ରତିିନିଧି, ଖ୍ରୀଷ୍ଟ ଧର୍ମର ଧର୍ମଯାଜକ ଓ ତୀର୍ଥଯାତ୍ରୀ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ରହି ପୋପ ଫ୍ରାନ୍ସିସଙ୍କୁ ଶେଷ ବିଦାୟ ଜଣାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାରା ବିଶ୍ଵରୁ ପ୍ରାୟ ଦେଶଶହ ରାଷ୍ଟ୍ରପ୍ରତିନିଧି ଉପସ୍ଥିତ ରହି ପୋପଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କିଛି ଦିନ ଧରି ସେ ନିମୋନିଆରେ ପୀଡ଼ିତ ଥିଲେ ଏବଂ ଗତ ସୋମବାର ୮୮ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଭାଟିକାନ ସିଟି ର ମାରିଆ ମାଗିଓରେ ଚର୍ଚ୍ଚରେ ତାଙ୍କୁ କବର ଦିଆଯାଇଛି। ସାଧାରଣତଃ ସମସ୍ତ ପୋପଙ୍କୁ ସେଣ୍ଟ ପିଟର୍ସ ର ବାସିଲିକାରେ କବର ଦିଆଯାଇଥାଏ। କିନ୍ତୁ ମାରିଆ ମାଗିଓ ଚର୍ଚ୍ଚରେ କବର ପାଇଁ ଆଗରୁ ଇଚ୍ଛା ପ୍ରକାଶ କରିଥିଲେ ପୋପ୍ । ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଏହି ଚର୍ଚ୍ଚରେ ତାଙ୍କୁ କବର ଦିଆଯାଇଛି।ସେଣ୍ଟ ପିଟର୍ସ ସ୍କୋୟାରରେ ପୋପ୍ ଙ୍କ ପାର୍ଥିବ ଶରୀର ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା। ଏଠାରେ ସାଧାରଣ ଲୋକେ ପୋପଙ୍କ ଅନ୍ତିମ ଦର୍ଶନ କରିଥିଲେ। ଅନ୍ତିମ ଦର୍ଶନ ଲାଗି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା।…