ସଂଚାର ବ୍ୟୁରୋ: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ବିରୋଧରେ ଏତଲା । ସଠିକ ଚିକିତ୍ସା ନଦେଇ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ କରିଥିବା ଅଭିଯୋଗ । ଡାକ୍ତରଙ୍କ ଦୁର୍ବ୍ୟବହାର କାରଣରୁ ଚିକିତ୍ସାଳୟକୁ ଆସିଥିବା ଦିବ୍ୟାଙ୍ଗଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡ଼ିଛି । ଜଣେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟ ମହିଳାଙ୍କ ହାତରୁ ମୋବାଇଲ ଛଡ଼ାଇ ନେଇଛନ୍ତି । ଏନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟିବା ସହ ଏଡିଏମଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ମହିଳା । ଏହାସହ ମହିଳା ଉଷାରାଣୀ ପୁହାଣ ଟାଉନ୍ ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଡାକ୍ତର ବେଦପ୍ରକାଶ ପାଲଟା ଅଭିଯୋଗ ଆଣିଛନ୍ତି । ଭିଡ଼ିଓ ବନାଉଥିବାରୁ ସେ ମୋବାଇଲ ଛଡାଇ ନେଇଥିବା କହିଛନ୍ତି । ସେପଟେ ଏନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ସହକାରୀ ମୁଖ୍ୟ ଚିକିତ୍ସକ ।