ସଂଚାର ବ୍ୟୁରୋ: ଜନ୍ମମାଟିରେ ପ୍ରଶାନ୍ତ ଶତପଥୀଙ୍କ ଶେଷକୃତ୍ୟ ସମ୍ପନ୍ନ। ଶୋକାକୂଳ ପରିବେଶ ମଧ୍ୟରେ ସମ୍ପନ୍ନ ହେଲା ଅନ୍ତିମ ସଂସ୍କାର। ଶ୍ରୀନଗରରୁ ସ୍ବତନ୍ତ୍ର ବିମାନରେ ମୃତଦେହ ଆସି ଭୁବନେଶ୍ଵରରେ ପହଞ୍ଚିବା ପରେ ଜନ୍ମମାଟିକୁ ନିଆଯାଇଥିଲା। ବାଲେଶ୍ଵର ଇସାଣୀ ଗାଁରେ ଯାଇ ପହଞ୍ଚିଥିଲା ମରଶରୀର। ଗାଁରେ ଶତାଧିକ ସଂଖ୍ଯାରେ ଜନତା ଏକାଠି ହୋଇ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ମରଶରୀରକୁ ଶୋଭାଯାତ୍ରାରେ ଘରକୁ ନେଇଯାଇଥିଲେ। ଶେଷ ଦର୍ଶନ ଲାଗି ମରଶରୀରକୁ ବାସଭବନରେ ରଖାଯାଇଥିଲା। ଗ୍ରାମବାସୀଙ୍କ ସହ ଆଖପାଖ ଗାଁର ଲୋକେ ଆସି ପ୍ରଶାନ୍ତଙ୍କୁ ଶେଷ ଦର୍ଶନ କରିଥିଲେ। ଗ୍ରାମ ଶ୍ମଶାସନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜନ୍ମମାଟି ଇସାଣୀ ଗାଁରେ ସମ୍ପନ୍ନ ହୋଇଛି ଅନ୍ତିମ ସଂସ୍କାର। ତିନି ଦିନ ତଳେ ପତ୍ନୀ ଓ ପୁଅ ସହ ପହଲଗାଓଁ ବୁଲିବାକୁ ଯାଇଥିଲେ ପ୍ରଶାନ୍ତ। ସେଠାରେ ପ୍ରଶାନ୍ତ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ।