Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ପାଞ୍ଚ ବିଭାଗର ୬ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

Sanchar Live by Sanchar Live
April 23, 2025
in ଓଡିଶା
0
0
SHARES
23
VIEWS
Facebook
Twitter

ଭୁବନେଶ୍ୱର: ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କେନ୍ଦୁଝର ଜିଲ୍ଲାରେ ସମନ୍ୱିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ପାଇଁ ୧୦୮ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ହୋଇଛି। ଅଠର ମାସ ଭିତରେ କାର୍ଯ୍ୟ ଶେଷହେବ। ଏହି ପ୍ରକଳ୍ପ ଯୋଗୁଁ କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ୬୦ ହଜାର ଚାଷ ଜମିକୁ ଜଳସେଚନ ଯୋଗାଇବାକୁ ପ୍ରସ୍ତାବ ରହିଛି। ହେଲେ କେବଳ କେନ୍ଦୁଝର ଜିଲ୍ଲାରେ ୧୨୨୯ ହେକ୍ଟର ଚାଷଜମିରେ ଭୂତଳ ପାଇପ୍ ଲାଇନ୍ ଜଳବଣ୍ଟନ ବ୍ୟବସ୍ଥା ଓ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟ ଦ୍ୱାରା ସମୁଦାୟ ୩୪୫୦ ହେକ୍ଟର ଜଳସେଚନ ସୁବିଧା ଯୋଗାଇବା ସମ୍ଭବ ହେବ। ଏହି ଟେଣ୍ଡର୍ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି।

ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ଏଥିରେ ରାଜ୍ୟ ସରକାରଙ୍କ ପାଞ୍ଚ ବିଭାଗର ମୋଟ୍ ଛଅଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି। ପରେ ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ ରାଜ୍ୟ କ୍ୟାବିନେଟ୍‌ର ୧୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। “ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟ ୨୦୩୬’ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଆଗାମୀ ଦଶନ୍ଧି ପାଇଁ ଓଡ଼ିଶାର ବିକାଶ ପଥ ନିର୍ଣ୍ଣୟ କରିବା ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ ସହ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଶ୍ରୀ ଆହୁଜା କହିଛନ୍ତି, ସମନ୍ୱିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ମାଧ୍ୟମରେ କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ୬୦ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବା ନିମନ୍ତେ ଯୋଜନା କରାଯାଇଥିଲା। ଭୂତଳ ପାଇପ୍ ଲାଇନ ଜଳବଣ୍ଟନ ବ୍ୟବସ୍ଥା ଦ୍ୱାରା ବୈତରଣୀ ବାମ ପାର୍ଶ୍ୱ କେନାଲର ଶୂନ୍ୟ କିମି ଠାରୁ ୨୮.୫୦ କିମି ମଧ୍ୟରେ ୨୨୨୧ ହେକ୍ଟର ଏବଂ ବୈତରଣୀ ବକ୍ଷିଣ ପାର୍ଶ୍ୱ କେନାଲର ଶୂନ୍ୟ କି.ମିଠାରୁ ୯ କିମି ମଧ୍ୟରେ ୧୨୨୯ ହେକ୍ଟର ଚାଷଜମିରେ ଜଳ ଆବଣ୍ଟନ ଓ ସେଚାଞ୍ଚଳ ଭନ୍ନୟନ କାର୍ଯ୍ୟକ୍ରମ ଇପିସି ଏବଂ ଟର୍ନକି ବ୍ୟବସ୍ଥା ମାଧ୍ୟମରେ ସମ୍ପାଦନ କରାଯିବାର ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟଟି ସମ୍ପୁର୍ଣ୍ଣ ହେବା ଦ୍ୱାରା କେବଳ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡ଼ିହି ଘଷିପୁରା ବ୍ଲକର ଚାଷୀମାନେ ଉପକୃତ ହେବେ। ଫଳରେ ସ୍ଥାନୀୟ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତିରେ ସହାୟକ ହେବ।

Related posts

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ

November 7, 2026
ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

November 7, 2026

ମୁଖ୍ୟଶାସନ ସଚିବ କହିଛନ୍ତି, ସମନ୍ୱିତ ରୋଗୀ ପରିବହନ ଓ ସ୍ୱାସ୍ଥ୍ୟ ସେବା ଅନ୍ତର୍ଗତ ଜରୁରିକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା (ଇଏମ୍‌ଏଏସ୍‌-୧୦୮) ଉପରେ ରାଜ୍ୟ ସରକାର ଫୋକସ୍ କରିଛନ୍ତି। ତାହା ଗତ ୫ ମାର୍ଚ୍ଚ ୨୦୧୩ରୁ ଲାଗୁ ହୋଇଛି। ୧୦୮ ଜରୁରିକାଳିନ ମେଡିକାଲ ଆମ୍ବୁଲାନ୍ତୁ ସେବା ଓଡ଼ିଶାବାସୀଙ୍କ ପାଇଁ ଏକ ଲାଇଫ୍ ଲାଇନ୍ ହୋଇଛି। ଏସବୁ ୨୪ ଘଣ୍ଟିଆ କେନ୍ଦ୍ରୀୟ କଲ୍ ସେଣ୍ଟର୍ ମାଧ୍ୟମରେ ପରିଚାଳିତ। ଏହି ଯୋଜନା ରାଜ୍ୟର ୪.୫ କୋଟି ନାଗରିକଙ୍କ ଜରୁରିକାଳିନ ସ୍ୱାସ୍ଥ୍ୟସେବା ସେବାରେ ଉନ୍ନତି ଆଣିବା ନିମନ୍ତେ ଉଦ୍ଦିଷ୍ଟ। ରାଜ୍ୟର ସମସ୍ତ ବର୍ଗର ଲୋକଙ୍କର ଜରୁରିକାଳିନ ସ୍ୱାସ୍ଥ୍ୟ ସେବାଜନିତ ଆମ୍ବୁଲାନ୍ସର ଆବଶ୍ୟକତାକୁ ପୂରଣ କରିବା ପାଇଁ ବର୍ତ୍ତମାନ ରାଜ୍ୟରେ ମୋଟ ୮୬୬ ଗୋଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି ଏବଂ ସେଥିମଧ୍ୟରୁ ୪୧୧ ଗୋଟି ଏଏଲଏସ୍ ୪୪୯ଟି ବିଏଲଏସ୍ ଓ ୬ଟି ବୋଟ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି। ୨୦୨୩-୨୪ରୁ ୨୦୨୭-୨୮ ପାଇଁ ଜରୁରିକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା (ଇଏମ୍‌ଏଏସ୍‌)ର ପର୍ଯ୍ୟାୟ-୩କୁ ଅନୁମୋଦନ ମିଳିିଛି। ୨,୩୯,୮୪୫.୨୬ ଲକ୍ଷ ଟଙ୍କା ବ୍ୟବବରାଦ କରାଯାଇଛି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ “ଓଡ଼ିଶା ନିମ୍ନ ଅବକାରୀ ସେବା (ଅବକାରୀ କନଷ୍ଟେବଳଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ଭାବଳୀ) ସଂଶୋଧନ ନିୟମ, ୨୦୨୫’କୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଅବକାରୀ କନଷ୍ଟେବଳଙ୍କ ସୁଗମ ନିଯୁକ୍ତି ଓ ସେବା ପରିଚାଳନା ପାଇଁ ରାଜ୍ୟ ସରକାର ଅବକାରୀ କନେଷ୍ଟବଳଙ୍କ କ୍ୟାଡର୍‌କୁ ଡିଭିଜନାଲ୍ କ୍ୟାଡର୍‌ରୁ ଜିଲ୍ଲା କ୍ୟାଡର୍‌ରେ ପରିଣତ କରିଛନ୍ତି। ତେଣୁ ଓଡ଼ିଶା ସରକାରଙ୍କ ଅବକାରୀ ବିଭାଗ ଜିଲ୍ଲା କ୍ୟାଡର୍‌ରେ ଅବକାରୀ କନଷ୍ଟେବଳଙ୍କ ସେବା ସର୍ଭାବଳୀ ଓ ନିଯୁକ୍ତି ପ୍ରକ୍ରିୟାର ସୁଗମ ପରିଚାଳନା କରିବା ପାଇଁ ଓଡ଼ିଶା ନିମ୍ନ ଅବକାରୀ ସେବା (ଅବକାରୀ କନଷ୍ଟେବଳଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ଭାବଳୀ) ନିୟମ, ୨୦୨୩ ୨୩ରେ ସଂଶୋଧିତ ପ୍ରସ୍ତାବ ଲାଗୁହେବା ପରେ ବହୁ କର୍ମଚାରୀ ଉପକୃତ ହେବେ। ସେହିପରି ଓଡ଼ିଶା ଅବକାରୀ ଅଧିନିୟମ, ୨୦୦୮ର ଧାରା ୯୦(ଓଡ଼ିଶା ଅବକାରୀ ଆଇନ ୨୦୧୩) ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଜ୍ୟ ସରକାର ଓଡ଼ିଶା ଅବକାରୀ ନିୟମ, ୨୦୧୭ର ନିୟମ ‘ଏକ୍ସଟ୍ରା ଆୱାର୍ ଅପରେସନ୍ ଫି’କୁ ଡିଷ୍ଟିଲାରୀ, ବଟଲିଂ ୟୁନିଟ୍ ଓ ବ୍ରିୱେରୀ ୟୁନିଟ୍ ଛାଡ଼ କରିବାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବ୍ୟବସାୟକୁ ଅଧିକ ପୁଞ୍ଜିନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଅନ୍ୟପକ୍ଷରେ ଓଡ଼ିଶା ମଙ୍ଗଳ ସେବା ଓ ଓଡ଼ିଶା ଅଧସ୍ତନ କଲ୍ୟାଣ ସେବା କ୍ୟାଡର୍‌ର ପୁନର୍ଗଠନକୁ ଅନୁମୋଦନ କରିଛି। ଏଥିରେ ବିଶେଷକରି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ଅବହେଳିତ ଗୋଷ୍ଠୀଙ୍କ ପାଇଁ କଭରେଜକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ସ୍ତରରେ ୨୪ଟି ନୂତନ ପଦବୀ ସୃଷ୍ଟି କରିବା ଅନ୍ତର୍ଭୁକ୍ତ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସ୍ପଷ୍ଟ କରିଛନ୍ତି।

Tags: cabinet meetingodisha

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ
  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.