ସଂଚାର ବ୍ୟୁରୋ: ଜମ୍ମୁ କାଶ୍ମୀର ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାରେ କାନ୍ଦୁଛି ଭାରତ, ଶୋକରେ ବୁଡ଼ିଛନ୍ତି ସଭିଏଁ । ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରୁଛନ୍ତି ବିଶ୍ବବାସୀ । ଏନେଇ ପୁରୀ ବେଳାଭୂମିରେ ଆତଙ୍କି ଅକ୍ରମଣରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ ଓ ପର୍ଯ୍ୟଟକଙ୍କ ମର ଶରୀରକୁ ଜଗି ରହିଥିବା ସମ୍ପର୍କୀୟଙ୍କ ହୃଦୟ ବିଦାରକ ଦୃଶ୍ୟକୁ ନିଜ ବାଲୁକା କଳା ମାଧ୍ୟମରେ ଦର୍ଶାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ନାରକୀୟ କାଣ୍ଡକୁ ନେଇ କଡା ନିନ୍ଦା କରିବା ସହିତ Avenge killing innocents pahalgam attack ବୋଲି ନିଜ ବାଲୁକା କଳାରେ ଲେଖିବା ସହ ନିରୀହ ଜୀବନ ଯାଇଥିବା ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।