Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ପହଲଗାମ ଆତଙ୍କବାଦୀ ଆକ୍ରମଣ: ୨୦ ମୃତ

Sanchar Live by Sanchar Live
April 22, 2025
in ଭାରତ
0
Oplus_0

Oplus_0

0
SHARES
20
VIEWS
Facebook
Twitter

ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ବଢିଚାଲିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୨୦ ରେ ପହଞ୍ଚିଛି  ।   ତେବେ ସରକାରୀ ଭାବେ ଏପର୍ଯ୍ୟନ୍ତ ଏହି ମୃତ୍ୟୁ ସଂଖ୍ୟାକୁ ସ୍ପଷ୍ଟ କରାଯାଇନାହିଁ  । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି  ।  ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି  । ମୃତକଙ୍କ ମଧ୍ୟରେ ଓଡ଼ିଶାର ଜଣେ ପର୍ଯ୍ୟଟକ ଥିବା ଜଣାଯାଇଛି   ।  ୨ ରୁ ୩ ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କ ଉପରକୁ ୪୦ ରାଉଣ୍ଡରୁ ଅଧିକ ଗୁଳି ଚଳାଇଥିଲେ  ।

ଏହି ଆକ୍ରମଣର ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ଓ ତାଙ୍କୁ ତୁରନ୍ତ ଜମ୍ମୁ ଓ କଶ୍ମୀର ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ସେହିପରି ଆସନ୍ତାକାଲି ଏନଆଇଏ ଟିମ୍ ପହଲଗାମ ଯାଇପାରେ  ।  ଆକ୍ରମଣରେ  ଜଣେ ଓଡ଼ିଆ ମଧ୍ୟ ପ୍ରାଣ ହରାଇଛନ୍ତି ।

Related posts

ମହିଳା ଶିଳ୍ପୋଦ୍ୟୋଗୀ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍ ଉପହାର

ମହିଳା ଶିଳ୍ପୋଦ୍ୟୋଗୀ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍ ଉପହାର

November 7, 2026
ଦୁନିଆରେ ସବୁଠାରୁ ସୁନ୍ଦର ମହିଳାମାନେ କେଉଁ ଦେଶରେ ରୁହନ୍ତି? ଦେଖନ୍ତୁ ଲିଷ୍ଟ

ଦୁନିଆରେ ସବୁଠାରୁ ସୁନ୍ଦର ମହିଳାମାନେ କେଉଁ ଦେଶରେ ରୁହନ୍ତି? ଦେଖନ୍ତୁ ଲିଷ୍ଟ

November 7, 2026

ସେ ଦୁଇଦିନ ତଳେ ପତ୍ନୀ ଓ ପୁଅଙ୍କ ସହ ବୁଲିବାକୁ ଯାଇଥିଲେ ।  ଆତଙ୍କୀ ଆକ୍ରମଣ ବେଳେ କିଛି ଓଡିଆ ରହିଥିଲେ  । ସୂଚନା ଅନୁଯାୟୀ ଜମ୍ମୁ-କାଶ୍ମୀର ପହଲଗାମ ନିକଟରେ ତୀର୍ଥଯାତ୍ରୀଙ୍କ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ କରିଛନ୍ତି  । ଏହି ଆକ୍ରମଣରେ ୬ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ  । ଆତଙ୍କୀଙ୍କୁ ଧରିବାକୁ ସୁରକ୍ଷାକର୍ମୀମାନେ ପୂରା ଅଂଚଳକୁ ଘେରାବନ୍ଦୀ କରିଥିଲେ  ।

ଏହି ଘଟଣା ଦକ୍ଷିଣ କାଶ୍ମୀର ପହଲଗାମ ଅଂଚଳରେ ହୋଇଛି । ଗ୍ରୀଷ୍ମ ସମୟରେ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଏହାର ସୁଯୋଗ ନେଇ ଆତଙ୍କୀମାନେ ଆଜି ଆକ୍ରମଣ କରିଛନ୍ତି ।  ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ଅତିକମରେ ୬ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ସହାୟତାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଆକ୍ରମଣ ପରେ ବିଜେପି ନେତା ରବିନ୍ଦ୍ର ରୈନା କହିଛନ୍ତି କି, ଆତଙ୍କବାଦୀମାନଙ୍କୁ ଧରାଯିବ । ସୂଚନା ଥାଉ କି ୨୦୨୪ ମେ ମାସରେ ମଧ୍ୟ ଏଠାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।  ସୂତ୍ର ସୂଚନା ମୁତାବକ ଏଠାରେ କିଛିଦିନ ହେବ ଆତଙ୍କବାଦୀମାନେ ଆଡ୍ଡା ଜମାଉଥିବା ସୂଚନା ଥିଲା  ।  ଏହାକୁ ନେଇ ସୁରକ୍ଷାବଳ ପୂର୍ଣ୍ଣ ପ୍ରସ୍ତୁତିରେ ଥିଲେ । ଏହାପରେ ବି ଆତଙ୍କବାଦୀମାନେ କିଭଳି ଆକ୍ରମଣ କଲେ ତାକୁ ନେଇ ପ୍ରଶ୍ନ ଉଠୁଛି ।

Tags: attackjammu and kasmirterrorist attack

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି
  • ମହିଳା ଶିଳ୍ପୋଦ୍ୟୋଗୀ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍ ଉପହାର
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.