ସଂଚାର ବ୍ୟୁରୋ: କେନ୍ଦୁଝର ସହର ସ୍ଥିତ ଗାୟତ୍ରୀ ରେସିଡେନସିଆଲ କଲେଜ ହଷ୍ଟେଲରୁ ଗତ ବିଳମ୍ବିତ ରାତିରେ ଜଣେ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣକ ହେଲେ ପାଟଣା ଥାନା ଟାଙ୍ଗରପଡା ଗାଁର ଜଗବନ୍ଧୁ ମହାନ୍ତଙ୍କ ପୁଅ ଜଳଧର ମହାନ୍ତ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗାୟତ୍ରୀ ରେସିଡେନ୍ସିଆଲ କଲେଜ ହଷ୍ଟେଲରେ ରହି ସମର କୋର୍ସ କରୁଥିଲେ ଜଳଧର । ଗତ ରାତି ୧୦ଟାରେ ସାଙ୍ଗମାନଙ୍କ ସହିତ ରାତିରେ ଖାଇସାରିବା ପରେ ଶୋଇଥିଲେ । ରାତି ପ୍ରାୟ ୧ଟା ବେଳେ ସାଙ୍ଗମାନେ ତାଙ୍କୁ ଡାକିବାରୁ ସେ ଆଉ ଉଠିନଥିଲେ । ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଜଳଧର ମହାନ୍ତଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକେ ତଦନ୍ତ ଦାବି କରିଛନ୍ତି ।