ସଂଚାର ବ୍ୟୁରୋ: ରାଉରକେଲା ବନ୍ଧମୁଣ୍ଡା ନିକଟ ବରକାନିରେ ରେଳଲାଇନ କାମକୁ ବିରୋଧ କରି ଆନ୍ଦୋଳନବେଳେ ଖଣ୍ଡଯୁଦ୍ଧ । ଜେସିବ ମେସିନ ଧକ୍କାରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ସଙ୍ଘର୍ଷ ଉପୁଜିଥିଲା । ଏଥିରେ ୮ ଜଣ ପୋଲିସଙ୍କ ସହ ୧୨ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ମୃତଦେହ ଅଟକ ରଖି ସ୍ଥାନୀୟ ଗ୍ରାମବାସୀ ଆନ୍ଦୋଳନ ଜାରି ରଖିଛନ୍ତି। ଘଟଣାସ୍ଥଳରେ ରାଉରକେଲା ଏସପି, ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜିଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଓ ୮ ପ୍ଲାଟୁନ ପୋଲିସ୍ ଫୋର୍ସ ମୃତୟନ ଅଛନ୍ତି । ରାଉରକେଲା ଇସ୍ପାତ କାରଖାନା ପାଇଁ ବିସ୍ଥାପିତ ପରିବାର ସଦସ୍ୟଙ୍କ ସମସ୍ୟା ସମାଧାନ କରିବା ଦାବିରେ ଆନ୍ଦୋଳନ କରିଥିଲେ । ଘଟଣାସ୍ଥଳରେ ମୃତଦେହ ଥିବାରୁ ଚାପା ଉତ୍ତେଜନା ଲାଗି ରହିଛି।