ଆମେରିକାର ଫ୍ଲୋରିଡା ଷ୍ଟେଟ୍ ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିମାଡ଼ । ୨ ଜଣଙ୍କ ମୃତ୍ୟୁ । ୫ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି। ଜଣେ ସ୍ଥାନୀୟ ଡେପୁଟି ସେରିଫଙ୍କ ପୁଅ ଏକ ପୁରୁଣା ସର୍ଭିସ ବନ୍ଧୁକରେ ଫ୍ଲୋରିଡା ଷ୍ଟେଟ୍ ୟୁନିଭରସିଟି ଛାତ୍ରଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲା । ଗୁଳିମାଡ଼ ପରେ ଛାତ୍ରଛାତ୍ରୀଙ୍କ ଧାଁ ଦୌଡ଼ କରିଥିବା ଦେଖିବାକୁ ମିଳିଥିଲା ।
ଛାତ୍ରଛାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ଏହାପରେ କ୍ୟାମ୍ପସକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆକ୍ରମଣକାରୀ ଫିନିକ୍ସ ଇକନରକୁ ପୋଲିସ ନିଜ ହେପାଜତକୁ ନେଇଥିବା ସୂଚନା ।
ତେବେ କଣ ପାଇଁ ସେ ଗୁଳିମାଡ଼ କରିଛି ତାହା ଜଣାପଡ଼ିନାହିଁ । ଏହି ୟୁନିଭରସିଟିରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି । ଏହି ଘଟଣା ପରେ ବିଶ୍ବବିଦ୍ୟାଳୟରେ ସବୁ କ୍ଲାସକୁ ବାତିଲ କରାଯାଇଛି । ପୋଲିସ ଘଟଣାରେ ତଦନ୍ତ ଚଳାଇଛି ।