ସଂଚାର ବ୍ୟୁରୋ: ବିଶ୍ବାସ ନା ଅନ୍ଧବିଶ୍ବାସ। ଭୂତ ପାଇଁ ବସିଲା ବୈଠକ । ରାତି ଅଧରେ ଭୂତ ତଡିବାକୁ ଗାଁ ଲୋକେ ଏକାଠି। ମାଲକାନଗିରି ଜିଲ୍ଲା ଖଇରପୁଟ କଦମଗୁଡା ଆଶ୍ରମ ସ୍କୁଲ ହଷ୍ଟେଲରେ ଭୂତ ଭୟ ଘଟଣା। କଦମଗୁଡା ସରପଞ୍ଚଙ୍କ ନେତୃତ୍ବରେ ବୈଠକ ଆୟୋଜିତ ହୋଇଛି। ଗାଁ ମୁଖିଆ , ସ୍ଥାନୀୟ ଲୋକେ , ବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିରେ ସାମିଲ୍ ହୋଇଥିଲେ। ଭୂତ ପାଇଁ ପୂଜାର୍ଚ୍ଚନା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ହଷ୍ଟେଲରେ ଥିବା ଛାତ୍ରୀ ମାନଙ୍କ ମନରୁ ଭୂତ ଭୟ କିପରି ଦୂର ହେବ ସେନେଇ ହଷ୍ଟେଲରେ ପୂଜାପାଠ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ହଷ୍ଟେଲରେ ୪ ରୁ ୫ ଝିଅ ଭୂତ ଭୟରେ ଅସୁସ୍ଥ ହେବାରୁ ଚିନ୍ତା ବଢିଯାଇଥିଲା। ସେହିପରି ହଷ୍ଟେଲରେ ଥିବା ଅନ୍ଯ ୬୪ ଜଣ ଛାତ୍ରୀଙ୍କୁ ନିକଟସ୍ଥ ବଡବେଲ କମ୍ପ୍ଲେକ୍ସକୁ ସ୍ଥାନନ୍ତର କରାଯାଇଥିଲା। ୨ ଦିନ ମଧ୍ୟରେ ପୂଜାପାଠ ଶେଷ କରି ପିଲାଙ୍କୁ ହଷ୍ଟେଲକୁ ଫେରାଯିବ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ।