ସଂଚାର ବ୍ୟୁରୋ: ବିସ୍କୁଟ ଖାଇ ୮୦ ଛାତ୍ରଛାତ୍ରୀ ଅସୁସ୍ଥ। ମହାରାଷ୍ଟ୍ର ଛତ୍ରପତି ଶମ୍ଭାଜୀ ନଗର ଜିଲ୍ଲାସ୍ଥିତ ଏକ ସ୍କୁଲରେ ଅଘଟଣ। ପୁଷ୍ଟିକର ଖାଦ୍ଯ କାର୍ଯ୍ୟକ୍ରମରେ ଦିଆଯାଇଥିବା ବିସ୍କୁଟ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍କୁଟ ଖାଇବା ପରେ ପରେ ପିଲାମାନେ ବାନ୍ତି କରିବା ଦେଖାଯାଇଥିଲା। କେକେଟ ଜଲଗାଁ ନାମକ ଗ୍ରାମରେ ଥିବା ଏକ ବିଦ୍ୟାଳୟରେ ଘଟିଛି ଅଘଟଣ। ପିଲାମାନେ ଅସୁସ୍ଥ ହେବା ଜଣାପଡିବା ପରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ପିଲାମାନେ ସୁସ୍ଥ ଥିବା ସୂଚନା ମିଳିଛି। ଗୁରୁତର ହୋଇଥିବା ୭ ଛାତ୍ରଛାତ୍ରୀଙ୍କୁ ଛତ୍ରପତି ଶମ୍ଭାଜିନଗର ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଏହି ଘଟଣାର ତଦନ୍ତ କରାଯାଉଛି।