Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଆଇସିୟୁ ଭେଣ୍ଟିଲେଟରରେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ଅଭିଯୋଗ

Sanchar Live by Sanchar Live
April 16, 2025
in ଅପରାଧ
0
ଆଇସିୟୁ ଭେଣ୍ଟିଲେଟରରେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ଅଭିଯୋଗ
0
SHARES
35
VIEWS
FacebookTwitter

ଆଇସିୟୁ ଭେଣ୍ଟିଲେଟରରେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ଅଭିଯୋଗ । ହରିୟାଣ ଗୁରୁଗ୍ରାମରେ ଥିବା ଜଣାଶୁଣା ଡାକ୍ତରଖାନାରୁ ଆସିଛି ଏପରି ଅଭିଯୋଗ । ହସ୍ପିଟାଲର ଜଣେ କର୍ମଚାରୀ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । କୋଲକତାର ଆରଜି କର ହସପିଟାଲରେ ଘଟିଥିବା ଦୁଷ୍କର୍ମ ମାମଲା ଏଯାଏଁ ଥମି ନଥିବା ବେଳେ ପୁଣି ହସପିଟାଲରେ ଏଭଳି ଏକ କାଣ୍ଡ ଘଟିଛି ।

୪୬ ବର୍ଷୀୟା ଏୟାର ହଷ୍ଟେସ ଜଣଙ୍କ ଗତ ଏପ୍ରିଲ ୫ ତାରିଖ ଦିନ ଗୁରୁଗ୍ରାମକୁ ଟ୍ରେନିଂ ପାଇଁ ଆସିଥିବା ବେଳେ ଏକ ହୋଟେଲରେ ରହିଥିଲେ । ଗାଧୋଇବା ବେଳେ ସୁଇମିଂ ପୁଲରେ ବୁଡି ଯାଇ ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ମହିଳା ଜଣଙ୍କ ଭେଣ୍ଟିଲେଟରରେ ଚେତାଶୂନ୍ୟ ଅବସ୍ଥାରେ ଥିବା ବେଳେ ହସ୍ପିଟାଲ କର୍ମଚାରୀ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ମହିଳା ଜଣଙ୍କ ଜାଣିପାରୁଥିଲେ ମଧ୍ୟ ଶରୀର ଚଳପ୍ରଚଳ ପାଇଁ ଅକ୍ଷମ ଥିବାରୁ ପ୍ରତିବାଦ କରିପାରୁଥିଲେ । ଏପ୍ରିଲ ୧୩ରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସ୍ବାମୀଙ୍କୁ ସବୁ କଥା କହିଥିଲେ ପୀଡିତା । ପରେ ଥାନାରେ ଏକ ଲିଖିତ ମାମଲା ଦାଏର କରିବା ପରେ ପୋଲିସ ଉକ୍ତ ହସ୍ପିଟାଲର କର୍ମଚାରୀଙ୍କୁ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚ କରୁଛି ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୫ ଏପ୍ରିଲ ତାଙ୍କ ସ୍ବାମୀ ଚିକିତ୍ସା ପାଇଁ ଏକ ହସପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କୁ ୧୩ ଏପ୍ରିଲରେ ହସପିଟାଲରୁ ଡିସଚାର୍ଜ ମିଳିଥିଲା । ତେବେ ଚିକିତ୍ସା ସମୟରେ ଏପ୍ରିଲ ୬ ତାରିଖରେ ମହିଳା ଜଣକ ଭେଣ୍ଟିଲେଟରରେ ଥିବା ବେଳେ ହସପିଟାଲର କିଛି କର୍ମଚାରୀ ଦୁଷ୍କର୍ମ କରିଥିଲେ । ଭେଣ୍ଟିଲେଟରେ ଥିବା ଯୋଗୁଁ କଥା କହିପାରୁନଥିଲି । ଏହି ଘଟଣା ସମୟରେ ଦୁଇ ଜଣ ନର୍ସ ମଧ୍ୟ ପାଖରେ ଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।

ସେପଟେ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ହସପିଟାଲ କର୍ତ୍ତୃପକ୍ଷ । ହସପିଟାଲ ପକ୍ଷରୁ କୁହାଯାଇଛି, ଏଯାଏ କୌଣସି ଅଭିଯୋଗ ପ୍ରମାଣିତ ହୋଇନାହିଁ । ଆମେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛୁ । ହସ୍ପିଟାଲରୁ ସିସିଟିଭି ଫୁଟେଜ୍ ସମେତ ସମସ୍ତ ପ୍ରାସଙ୍ଗିକ କାଗଜପତ୍ର ପୋଲିସକୁ ହସ୍ତାନ୍ତର କରାଯାଇଛି ।

Tags: crimehariyanarape
ShareTweetShareSend
Sanchar Live

Sanchar Live

Next Post
ଉଦ୍ଧାର ଶିଶୁ ଶୁଭମ୍‌କୁ ମିଳିବ ସହାୟତା

ଉଦ୍ଧାର ଶିଶୁ ଶୁଭମ୍‌କୁ ମିଳିବ ସହାୟତା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.