ସଂଚାର ବ୍ୟୁରୋ: ରାଜ୍ୟ ସରକାର ୨୯ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଓଏଏସ୍ ରୋଶନ ଶତପଥୀଙ୍କୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଓଏସଡି ଭାବେ ବଦଳି କରାଯାଇଛି । ମହିଳା ଓ ଶିଶୁବିକାଶ ବିଭାଗର ଅନୁସଚିତ ଜନ୍ମେଜୟ ସାହୁଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ବିଭାଗର ମନ୍ତ୍ରୀ ରବି ନାଏକଙ୍କ ଓଏସଡି ଭାବେ ବଦଳି ହୋଇଛି । ସେହିପରି ଅନ୍ୟ ଓଏଏସ୍ ଅଫିସରମାନଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର ଭାବେ ବଦଳି ହୋଇଛି ।