ସଂଚାର ବ୍ୟୁରୋ: କର୍ଣ୍ଣାଟକରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତର ଏନକାଉଣ୍ଟରରେ। ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଣ୍ଟର କରି କର୍ଣ୍ଣାଟକର ହୁବଲି ପୋଲିସ। ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ହତ୍ଯା କରିଥିଲା ଅଭିଯୁକ୍ତ। ପୋଲିସ ହାତରେ ଧରା ପଡିଥିବା ଅଭିଯୁକ୍ତ ପାଟନା ଅଂଚଳର ରିତେଶ କୁମାର ବୋଲି ଜଣାପଡିଛି। ଅଭିଯୁକ୍ତ ରିତେଶ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ପରେ ଖସିଯିବାକୁ ଚେଷ୍ଟା କରିଥିଲା। ରିତେଶକୁ ରୋକିବାକୁ ପୋଲିସ ଗୁଳି ଚଳାଇଥିଲା। ଗୁରୁତର ଅବସ୍ଥାରେ ରିତେଶକୁ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, ରିତେଶ ଝିଅଟିକୁ ଏକ ଢାବାକୁ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଝିଅର ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଢାବା ପାଖକୁ ଧାଇଁ ଆସିଥିଲେ।
ଏହି ସମୟରେ ଅଭିଯୁକ୍ତ ନାବାଳିକାର ଗଳାକାଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଅଭିଯୁକ୍ତ ବିରୋଧରେ ପୁୋକ୍ସୋ ଆକ୍ଟ ଅନୁଯାୟୀ ହତ୍ୟା ଏବଂ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା।ରିତେଶକୁ କିଛି କାଗଜପତ୍ର ସଂଗ୍ରହ କରିବା ଏବଂପରିଚୟ ଯାଞ୍ଚ ପାଇଁ ରହଣି ସ୍ଥାନକୁ ନେଇଯିବା ସମୟରେ ପୋଲିସକୁ ପଥର ଫିଙ୍ଗି ପଳାଇବାକୁ ଚେଷ୍ଟା କରିଥିଲା।ପ୍ରତିକ୍ରିୟାରେ ଜଣେ ମହିଳା ଅଧିକାରୀ ଦୁଇରୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଗୋଡ଼ରେ ଏବଂ ଅନ୍ୟଟି ପିଠିରେ ବାଜିଥିଲା। ଅଭିଯୁକ୍ତକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣରେ ଜଣେ ସବ-ଇନ୍ସପେକ୍ଟର ଏବଂ ଅନ୍ୟ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଜଣକ ବିହାର ପାଟଣାର ୩୫ ବର୍ଷୀୟ ରିତେଶ କୁମାର ବୋଲି ତାଙ୍କର ପରିଚୟ ସ୍ପଷ୍ଟ ହୋଇଛି ।