ସଂଚାର ବ୍ୟୁରୋ: ମିଆଁମାରରେ ପୁଣି ଭୂକମ୍ପର ଝଟକା। ସକାଳୁ ସକାଳୁ ତୀବ୍ର ଭୂକମ୍ପର ଝଟକା ଅନୁଭୂତ ହୋଇଛି।ରିକ୍ଟର ସେକ୍ଲରେ ତୀବ୍ରତା ୫. ୬ ରେକର୍ଡ କରାଯାଇଛି। ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ଦୌଡ଼ି ଚାଲି ଆସିଥିଲେ। କିଛି ଘରର ଛାତ କ୍ଷତିଗ୍ରସ୍ତ ହୋଇଛି। ଭୂମିକମ୍ପରେ ଗୁରୁତର କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ରିପୋର୍ଟ ମିଳିନାହିଁ। ମିଆଁମାରର ମେଇକଟିଲା ନିକଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା।ମିଆଁମାର ସହ କାଜାକସ୍ତାନରେ ମଧ୍ୟ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। କାଜାକସ୍ତାନରେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଛି। କ୍ଷୟକ୍ଷତି ନେଇ କୌଣସି ସୂଚନା ନହିଁ। ଗତ ମାର୍ଚ୍ଚ ୨୮ ତାରିଖରେ ମିଆଁମାର ଓ ଥାଇଲାଣ୍ଡରେ ତାଣ୍ଡବ ରଚିଥିଲା ଭୂକମ୍ପ। ମିଆଁମାର ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୬୪୯ ଲୋକଙ୍କ ଜୀବନ ଯାଇଛି। ୨୮ ମାର୍ଚ୍ଚରେ ମିଆଁମାରରେ ଘଟିଥିବା ୭.୭ ତୀବ୍ରତାର ଭୟଙ୍କର ଭୂମିକମ୍ପରୁ ଲୋକମାନେ ଏପର୍ଯ୍ୟନ୍ତ ଆଶ୍ଵସ୍ତି ପାଇନାହାନ୍ତି। ସେପଟେ ଆଜି ପୁଣି ଭୂମିକମ୍ପ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।ରିଲିଫ୍ କାର୍ଯ୍ୟ ଏବେ ବି ଜାରି ରହିଛି। ଗତ ମାର୍ଚ୍ଚରେ ହୋଇଥିବା ଭୂକମ୍ପରେ ୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ।