ସଂଚାର ବ୍ୟୁରୋ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଙ୍ଗେଇପାଳ ଗାଁରେ ଅଷ୍ଟପ୍ରହରୀ ଭୋଜି ଖାଇ ୩୦ ଅସୁସ୍ଥ । ସମସ୍ତ ଅସୁସ୍ଥଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି । କାଲି ଅଷ୍ଟପ୍ରହରୀ ଅବସରରେ ଭୋଜି ହୋଇଥିଲା । ଗାଁର ପ୍ରାୟ ସମସ୍ତ ପରିବାର ଭୋଜି ଖାଇବା ପରେ ବିଳମ୍ବିତ ରାତିରେ ଝାଡ଼ା, ବାନ୍ତି ଓ ଜ୍ଵରରେ ଆକ୍ରାନ୍ତ ହୋଇଥିଲେ । ପ୍ରାୟ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି। ସ୍ଥିତି ନିୟନ୍ତ୍ରାଣଧିନ ରହିଥିବା ମେଡିକାଲ ଅଫିସର କହିଛନ୍ତି। ଖାଦ୍ୟ ବିଷାକ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଛି ।