ସଂଚାର ବ୍ୟୁରୋ: ରାସ୍ତା କଡକୁ ଖସିଲା ଘରୋଇ ବସ । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଗଲେ ସମସ୍ତ ଯାତ୍ରୀ । ଗଞ୍ଜାମ ତପ୍ତପାଣି ଘାଟି ବେଲଗଡ଼ ନିକଟରେ ଘଟିଛି ଏହି ଘଟଣା । ନାୟକ ଏଣ୍ଡ ନାୟକ ନାମକ ବସ ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବ୍ରେକ ଫେଲ ହୋଇଯାଇଥିଲା । ହେଲେ ନିଜର ବୁଦ୍ଧି ପ୍ରୟୋଗ କରି ବସଟିକୁ ରାସ୍ତାକଡ଼କୁ ଖସାଇ ଅଟକାଇଥିଲେ । ଏହି ଘଟଣା ରେ କେହି ଆହତ ହୋଇ ନଥିବା ବେଳେ ଅନ୍ୟତ୍ର ବସରେ ଯାତ୍ରୀ ମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା