ସଂଚାର ବ୍ୟୁରୋ: ଖୋଲୁଛି ଭୁବନେଶ୍ବର ସିମ୍ ବକ୍ସର ଗୁମର । ପ୍ରେସମିଟ କରି ପୋଲିସ କମିଶନରଙ୍କ ଟୋଟାଲ ଅପରେସନ ନେଇ ସୂଚନା ଦେଇଛନ୍ତି । ଏଠାକୁ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ ଫୋନ କଲ ଆସିବାରେ ବ୍ଯବହାର କରାଯାଉଥିଲା । ୧୦ଟି ଅପରେସନାଲ ସିମବକ୍ସ ଜବତ ହୋଇଥିବାବେଳେ ୨ଟି ଆକ୍ଟିଭ ଥିଲା । ଏସବୁ ମୁଖ୍ଯତଃ ସାଇବର ଫ୍ରଡରେ ବ୍ୟବହାର କରାଯାଉଥିଲା । ଏହାସହ ଆତଙ୍କୀ ଓ ଅନ୍ଯାନ୍ଯ କାମ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା । ଗତ ଅକ୍ଟୋବର ୨୧ରେ ମାଷ୍ଟରମାଇଣ୍ଡ ବାଂଲାଦେଶୀ ଆଶାଦ୍ଦୁର ଜମାନ ଭାରତ ଆସି ଓଡିଶାରେ ପହଞ୍ଚିଥିଲା । ବେଙ୍ଗଲର ରାଜୁ ମଣ୍ଡଳକୁ ଏଜେଣ୍ଟ କରି ଭୁବନେଶ୍ବରରେ ଅପରେସନ ଚଳାଇଥିଲା । ଲିଙ୍ଗରାଜ ହୋଟେଲରେ ରହି କେଶୁରାରେ ଭଡ଼ା ଘର ନେଇ ସିମବକ୍ସ ଅପରେସନ ଚାଲିଥିଲା । ବାଂଲାଦେଶୀ ମାଷ୍ଟରମାଇଣ୍ଡର ନିର୍ଦ୍ଦେଶରେ ଖୋଲାଯାଇଥିଲା ସିମ୍ ବକ୍ସା । ତେବେ ଏଠାରେ କି କାମ କରୁଥିଲେ ସେ ନେଇ ତଦନ୍ତ ଚାଲିଛି । ଏମାନଙ୍କଠାରୁ ୧୦୦୦ ସିମ ଜବତ ହୋଇଥିବାବେଳେ ୫୮ଟି ଅବ୍ଯବହୃତ ସିମ ଜବତ ହୋଇଛି । ୨୨୫ଟି ସିମ କାର୍ଡ ଅପରେସନାଲ୍ ବା ଆକ୍ଟିଭ୍ ଥିଲା । କେସୁରା ନିକଟସ୍ଥ ଏକ ଘରୁ ୫ଟି ଆକ୍ଟିଭ୍ ସିମବକ୍ସ ଓ ୨ଟି ରିଜର୍ଭ ସିମ ବକ୍ସ ଜବତ ହୋଇଛି । ଏଥିରେ ୧୦୦୦ରୁ ଅଧିକ ଏୟାରଟେଲ୍ ପ୍ରି-ଆକ୍ଟିଭ୍ ସିମ୍ ରହିଛି । ସାଧାରଣତଃ ବିଦେଶୀ କଲ ପାଇଁ ଏହି ସିମ୍ ବକ୍ସର ବ୍ୟବହାର ହେଉଥିଲା । ଭାରତୀୟ ଅପରେଟରଙ୍କୁ ବାଇପାସ୍ କରି ଅନ୍ତର୍ଜାତୀୟ କଲ କରାଯାଉଥିଲା । ଅଟକ ରାଜୁକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ । ଆବଶ୍ଯକ ପଡିଲେ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।