Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଦିଲ୍ଲୀରେ ଓଡ଼ିଶା ନିବେଶକ ସମ୍ମିଳନୀ: ଆସିବ ୩୦,୫୯୫ କୋଟିର ନିବେଶ

Sanchar Live by Sanchar Live
April 8, 2025
in ଓଡିଶା
0
ଦିଲ୍ଲୀରେ ଓଡ଼ିଶା ନିବେଶକ ସମ୍ମିଳନୀ: ଆସିବ ୩୦,୫୯୫ କୋଟିର ନିବେଶ
0
SHARES
4
VIEWS
FacebookTwitter

ରାଜ୍ୟକୁ ପୁଞ୍ଜିନିବେଶ ଟାଣିବାକୁ ଦିଲ୍ଲୀ ଗସ୍ତରେ  ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ପ୍ରଥମ  ଦିନରେ ସେ ୧୪ ପ୍ରମୁଖ ଶିଳ୍ପ ପ୍ରତିନିଧିଙ୍କୁ ଭେଟିଛନ୍ତି ।  ବିଭିନ୍ନ ପୁଞ୍ଜିପତିଙ୍କ ସହ ୱାନ୍‌ ଟୁ ୱାନ୍‌ ବୈଠକ  କରିଛନ୍ତି । ଏଥିରୁ ୩୦ହଜାର ୫୯୫ କୋଟିର  ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି । ମୋଟ ୪୮ ହଜାର  ଲୋକଙ୍କ ନିଯୁକ୍ତି ପାଇଁ ସମ୍ଭାବନା ସୃଷ୍ଟି ହୋଇଛି ।

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ସରକାର ୧୧ଟି ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ମୋଟ ୨୭ ହଜାର ୫୯୫କୋଟିର ନିବେଶ ପାଇଁ ଏହି  ଏମ୍‌ଓୟୁ ହୋଇଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ  ହେଲେ ପ୍ରାୟ ୨୭୦୦ ଲୋକ ନିଯୁକ୍ତି ସୁଯୋଗ ପାଇବେ ବୋଲି ସରକାର ସୂଚନା ଦେଇଛନ୍ତି ।

ନୋଏଡ଼ାରେ ଥିବା ଏଚସିଏଲ୍‌ ଟେକ୍‌ କ୍ୟାମ୍ପସ୍‌ ବୁଲିବା ସହ ଏଚସିଏଲ୍‌ ଟେକ୍ନୋଲୋଜିସ୍‌ର ଅଧ୍ୟକ୍ଷା ରୋସନୀ ନାଦାରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାମ୍ପସ୍‌ରେ ଥିବା  ଏଆଇ ଲାବ୍‌, ଆଇଓଟି ଲାବ୍‌ ଦେଖିଥିଲେ । ଓଡ଼ିଶାରେ ଏଚସିଏଲ୍‌ର ଟେକ୍‌ କ୍ୟାମ୍ପସ୍‌ ସହ  ଏକ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତାବ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଦିଲ୍ଲୀର ତାଜ ପ୍ୟାଲେସ୍‌ ହୋଟେଲରେ କିରି ଇଣ୍ଡଷ୍ଟ୍ରିଜର ଏମ୍‌ଡି ମନୀଷ କିରି,  ହିମାଦ୍ରି ସ୍ପେସିଆଲିଟି କେମିକାଲସ୍‌ ଲିମିଟେଡ୍‌ ସିଇଓ  ଅନୁରାଗ ଚୌଧୁରୀ, ଏନ୍‌ଏକ୍ସପି ଟେକ୍ନୋଲୋଜିର  ନିର୍ଦ୍ଦେଶକ ଅଙ୍କିତ ପାଲ୍‌ ଓ ଗୋକଲ ଦାସ  ଏକ୍ସପୋର୍ଟସର ନିର୍ଦ୍ଦେଶକ ପ୍ରଭାତ କୁମାର ସିଂହ,  ଚୌଗୁଲେ ଗ୍ରୁପ୍‌, ଆଇଆରଇଏଲ୍‌, ଏସଏଲଏମଜି  ବିଭରଜେସ୍‌, ପତଞ୍ଜଳି ଅଧୀନରେ ଥିବା ରୁଚି ସୋୟା  ଫୁଡସ୍‌ ଲିଃ, ଆଇନକ୍ସ ଜିଏଫଏଲ୍‌ ଗ୍ରୁପ୍‌, କ୍ୱାଣ୍ଟ  ସୋଲାର ଭଳି ପ୍ରତିଷ୍ଠିତ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କୁ  ଭେଟିଛନ୍ତି । ରାଜ୍ୟରେ ପୁଞ୍ଜନିବେଶ ପାଇଁ ପର୍ଯ୍ୟାପ୍ତ  ସୁବିଧା ସୁଯୋଗ ଓ ଶିଳ୍ପ ଅନୁକୂଳ ବାତାବରଣ  ରହିଛି । ଏଠାକୁ ଆସି ପୁଞ୍ଜିନିବେଶ କରିବାକୁ ସେ  ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ଆମ ସରକାର ସବୁ  ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଙ୍ଗଳବାର ଦେଶର ତିନି ପ୍ରମୁଖ ତୈଳ କମ୍ପାନୀ ସହ ଏମ୍‌ଓୟୁ  ହେବ । ପାରାଦୀପରେ ମେଗା ଡୁଆଲ ଫିଡ୍‌ କ୍ରାକର୍‌ ପାଇଁ ଆଇଓସିଏଲ୍‌ ସହ ଚୁକ୍ତି ହେବ ।  ଚଣ୍ଡିଖୋଲରେ ଅଶୋଧିତ ତୈଳଭଣ୍ଡାର କରିବ  ଇଣ୍ଡିଆନ ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ୍‌ ରିଜର୍ଭ ଲିଃ ।  ଗୋପାଳପୁରରେ ଏଲଏନ୍‌ଜି ଟର୍ମିନାଲ ପ୍ରତିଷ୍ଠା  କରିବ ପେଟ୍ରୋନେଟ୍‌ ଏଲଏନଜି ଲିଃ । ଏହି ଏମଓୟୁ  ଜରିଆରେ ପେଟ୍ରୋକେମିକାଲସ୍‌ ଓ କେମିକାଲସ୍‌  କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ ହବ୍‌ କରିବାକୁ ସରକାର  ଯୋଜନା କରିଛନ୍ତି । ଏହା ଜରିଆରେ ଦେଶର ସାମଗ୍ରିକ ବିକାଶରେ ଭାଗିଦାରୀ ହେବାକୁ ଯୋଜନା  ହୋଇଛି । ଏଠାରେ ଶସ୍ତା ଓ ନିର୍ଭରଯୋଗ୍ୟ ଶକ୍ତି  ଯୋଗାଣ ସୁବିଧା ରହିଛି ।

ଶାନ୍ତିପୂର୍ଣ୍ଣ ଶିଳ୍ପ ବାତାବରଣ  ସହ ବିଭିନ୍ନ ନିୟାମକ ସଂସ୍ଥାକୁ ନେଇ ନିଶ୍ଚିତତା  ରହିଛି । ବନ୍ଦର ଓ ବନ୍ଦରଭିତ୍ତିକ ଭିତ୍ତିଭୂମି ସୁବିଧା  ଅଛି । ରାଜ୍ୟରେ ପର୍ଯ୍ୟାପ୍ତ ଖଣିଜ ସମ୍ବଳ ମହଜୁଦ  ଅଛି । ଏମଏସ୍‌ଏମଇ ପାର୍କର ସୁବିଧା ଅଛି । ଦକ୍ଷ  ମାନବସମ୍ବଳ ସହିତ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ  ଭିତ୍ତିଭୂମି ଯୋଗୁ ଓଡ଼ିଶାରେ ଶିଳ୍ପାୟନର ବିରାଟ  ସମ୍ଭାବନା ଅଛି ବୋଲି ସରକାର ସବୁ ନିବେଶକାରୀଙ୍କୁ  କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ  ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ  ଶିଳ୍ପ ସଚିବ ହେମନ୍ତ ଶର୍ମା ଶିଳ୍ପପତିଙ୍କୁ ଭେଟିଥିଲେ ।

Tags: mohanmajhiodisha
ShareTweetShareSend
Sanchar Live

Sanchar Live

Next Post
ନାବାଳିକାକୁ ଘରକୁ ଡାକି ଅସଦାଚରଣ କଲେ ଫରେଷ୍ଟର

୬ ବର୍ଷୀୟା ନାବାଳିକାକୁ ଦାଦାର ଦୁଷ୍କର୍ମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.