ୱାକଫ ଆଇନ ନେଇ ଜାମ୍ମୁ କାଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା। ୱାକଫ ଅଧିନିୟମ ନେଇ ଗୃହରେ ଆଲୋଚନା କରିବାକୁ ନେଇ ପ୍ରବଳ ହଟ୍ଟଗୋଳ। ଆଜିର ପ୍ରଶ୍ନକାଳ ରଦ୍ଦ କରି ଏହି ଆଇନ ଉପରେ ଆଲୋଚନା କରିବାକୁ ମୁଲତବି ପ୍ରସ୍ତାବ ଆଣିଥିଲା ନ୍ୟାସନାଲିଷ୍ଟ କଂଗ୍ରେସ। ତେବେ ଆଗତ ମୁଲତବି ପ୍ରସ୍ତାବକୁ ଖାରଜ କରି ଦେଇଥିଲେ ବାଚସ୍ପତି। ଅଧିନିୟମ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିବାରୁ ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା କରାଯାଇପାରିବ ନାହିଁ ବୋଲି କହିବା ସହ ପ୍ରଶ୍ନକାଳକୁ ଜାରି ରଖିଥିଲେ। ଏହା ବିରୋଧରେ ହୋହଲ୍ଲା କରିବା ସହ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ। ୧୫ ମିନିଟ୍ ପାଇଁ ଗୃହ ମୁଲତବୀ ରହିବା ପରେ ବିଧାନସଭା ପୁଣି ଆରମ୍ଭ ହୋଇଥିଲା। ଏନସି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି କେନ୍ଦ୍ର ସରକାର ହାଏ ହାଏ ନାରା ଦେଇଥିଲେ।ମୁଲତବୀ ପ୍ରସ୍ତାବକୁ ଖାରଜ କରି ବାଚସ୍ପତି କହିଛନ୍ତି ଯେ ଯେଉଁ ବିଷୟ ବିଚାରାଧୀନ ଅଛି ତାହା ମୁଲତବୀ ପାଇଁ ଆଣାଯାଇପାରିବ ନାହିଁ। ନିୟମ ଅନୁସାରେ ମୁଲତବୀ ପ୍ରସ୍ତାବ ମାଧ୍ୟମରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରିବ ନାହିଁ। ବାଚସ୍ପତି ଏହି ପ୍ରସଙ୍ଗକୁ ଜରୁରୀ ଆଲୋଚନା ପାଇଁ ଗ୍ରହଣ କରିବାକୁ ମନା କରିବା ପରେ ଏନସି ବିଧାୟକମାନେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଥିଲା।ଏନସିର ପଦକ୍ଷେପକୁ ନିନ୍ଦା କରି ବିଧାନସଭାରେ ବିରୋଧୀ ଦଳ ନେତା ସୁନୀଲ ଶର୍ମା ଶାସକ ଦଳର ଦାବିକୁ ଅସାମ୍ବିଧାନିକ ବୋଲି କହିଛନ୍ତି।…