ସେୟାର ମାର୍କେଟରେ ବଡ଼ ବିପର୍ଯ୍ୟୟ । ବଜାର ଖୋଲୁ ଖୋଲୁ ସେନସେକ୍ସ ୩ ହଜାର ୯୦୦ ପଏଣ୍ଟ ଖସିଛି। ସେହିପରି ନିଫଟି ଖସିଛି ୧୨୦୦ ପଏଣ୍ଟ। ଘଣ୍ଟାଏ ଭିତରେ ଭାରତର ମାର୍କେଟରୁ ୧୯ ଲକ୍ଷ କୋଟି ଟଙ୍କା ଗୋଲ୍ ହୋଇ ଯାଇଛି। କେବଳ ଭାରତ ନୁହେଁ, ବିଶ୍ଵର ସମସ୍ତ ପ୍ରମୁଖ ବଜାରରେ ଏପରି ସ୍ଥିତି। ଆଜି ସକାଳୁ ସକାଳୁ ଚୀନ, ଜାପାନ, ହଂକଂ ପରି ଏସୀୟ ମାର୍କେଟ ମଧ୍ୟରେ ମଧ୍ୟ ଏପରି ସ୍ଥିତି ଦେଖା ଦେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଟାରିଫ୍ ପାଇଁ ସୃଷ୍ଟି ହୋଇଛି ଏଭଳି ସ୍ଥିତି। ଏପରିକି ବିଶ୍ଵ ବଜାରରରେ ରିସେସନ୍ ଆସିପାରେ ବୋଲି ଆଶଙ୍କା ପାଇଛି।