ସଂଚାର ବ୍ୟୁରୋ: ୱାକଫ ବିଲ୍ ଆଇନରେ ପରିଣତ ହେଲେ ବି ଥମୁନି ଝଡ। ଦେଶର ବିଭିନ୍ନ ଭାଗରେ ଜାରି ରହିଛି ପ୍ରତିବାଦ। ଆଜି ମଣିପୁର ଇମ୍ଫାଲରେ ମୁସଲିମ ସମ୍ପ୍ରଦାୟ କରିଛନ୍ତି ପ୍ରତିବାଦ। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ରହିଥିବାବେଳେ ୱାକଫ ବିଲକୁ ନେଇ ଅସ୍ଥିରତା ପ୍ରକାଶ ପାଇଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ବି ଶାନ୍ତି ଫେରି ଆସି ନଥିବାବେଳେ ୱାକଫ ଆଇନକୁ ବିରୋଧ କରି ମୁସଲିମ ସମ୍ପ୍ରଦାୟ କରିଛନ୍ତି ବିକ୍ଷୋଭ। ୱାକଫ ବିଲ ଜରିଆରେ ମୁସଲମାନମାନଙ୍କ ଅଧିକାର କ୍ଷୁଣ୍ଣ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ମୁସଲମାନଙ୍କ ସମ୍ପତ୍ତି ହଡପ କରିବା ଲାଗି ଏହି ଆଇନ ଉଦ୍ଦିଷ୍ଟ ବୋଲି ସେମାନେ କହିଛନ୍ତି।