ସଂଚାର ବ୍ୟୁରୋ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବିରତି ପରେ ଆଜି ଲେବାନନ ଉପରେ ପୁଣି ଇସ୍ରାଏଲର ଏୟାରଷ୍ଟ୍ରାଇକ। ଇଦ ସମୟରେ ଇସ୍ରାଏଲ ସେନା ହିଜବୁଲ୍ଲା ଉପରେ ବଡ଼ ବିମାନ ଆକ୍ରମଣ କରିଛି। ସକାଳେ ଇସ୍ରାଏଲୀ ସେନା ବେରୁତର ଦକ୍ଷିଣ ଅଂଚଳରେ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଚାରି ମାସର ଯୁଦ୍ଧ ବିରତି ପରେ ଲେବାନନର ରାଜଧାନୀ ବୈରୁତରେ ଇସ୍ରାଏଲର ଏହା ଦ୍ୱିତୀୟ ବଡ଼ ଆକ୍ରମଣ। ଇସ୍ରାଏଲ ଆକ୍ରମଣ ନେଇ ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳ ସ୍ପଷ୍ଟ କରିଛି। ହମଲାରେ ଅତି କମରେ ୭ ଜଣ ଆହତ ହୋଇଥିବା ଜଣାପଡିଛି। ହିଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ ଏହି ହମଲା କରିଛି। ହିଜବୁଲ୍ଲାର ଜଣେ ସଦସ୍ୟଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା କହିଛି ଇସ୍ରାଏଲର ଆଇଡିଏଫ୍। ଇସ୍ରାଏଲ ବିରୁଦ୍ଧରେ ଆକ୍ରମଣ ଯୋଜନା କରିବା ସହ ଆତଙ୍କବାଦୀ ସଂଗଠନ ହମାସକୁ ସାହାଯ୍ୟ କରୁଥିଲା।ଏହି ଅପରେସନ ଇସ୍ରାଏଲର ଘରୋଇ ଗୁଇନ୍ଦା ସଂସ୍ଥା ଶିନ୍ ବେଟ୍ ନିର୍ଦ୍ଦେଶରେ କରାଯାଇଥିଲା।….

