Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପାଖେଇ ଆସୁଛି ରୁକୁଣା ରଥଯାତ୍ରା : ଜୋରସୋରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

Sanchar Live by Sanchar Live
March 31, 2025
in ଓଡିଶା
0
ପାଖେଇ ଆସୁଛି ରୁକୁଣା ରଥଯାତ୍ରା : ଜୋରସୋରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
0
SHARES
14
VIEWS
FacebookTwitter

ସଂଚାର ବ୍ୟୁରୋ: ପାଖେଇ ଆସୁଛି ଏକାମ୍ରଧିପତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ଜୋର୍ ସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଛନ୍ତି ମହାରଣା ସେବାୟତ, ଭୋଇ ସେବାୟତ ଓ ଖମାର ସେବାୟତ । ନିହଣ ମୁନରେ ରଥକୁ ସୁନ୍ଦର ରୂପ ଦେବାକୁ ଲାଗିପଡ଼ିଛନ୍ତି ମହାରଣା ସେବାୟତ । ନିର୍ମାଣ କାର୍ଯ୍ୟରେ ୧୫ ଜଣ ପାଳିଆ ମହାରଣା ସେବାୟତ ନିୟୋଜିତ ଥିବା ବେଳେ ୩୦ ଜଣ ବାହାର ମହାରଣାଙ୍କୁ ସହଯୋଗ କରୁଛନ୍ତି । ସମସ୍ତଙ୍କୁ ମିଶାଇ ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି ମୋଟ ୮୦ ଜଣ ସେବାୟତ । ବୟସର ଅପରାହ୍ନରେ ଅଧିକାଂଶ ମହାରଣା ସେବାୟତ ନିଜକୁ ପ୍ରଭୁ ଲିଙ୍ଗରାଜଙ୍କ ଉଦ୍ଦେଶ୍ୟରେ ସମର୍ପିଦେଇଛନ୍ତି । ଦିନ ସମୟରେ ପ୍ରଚଣ୍ଡ ରୌଦ୍ରତାପ ହେତୁ ରାତିରେ ରଥଖଳାରେ ଭିଡ଼ ଜମୁଛି । କାମ ମଧ୍ୟ ଖୁବ୍ ଜୋରସୋରରେ ଚାଲିଛି । କାହିଁ କେଉଁ ବାପା ଅଜା ଅମଳରୁ ଏହି କାମ କରିଆସୁଛନ୍ତି ବୋଲି କହିଛନ୍ତି ମହାରଣା ସେବାୟତ । ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଏକାମ୍ର କ୍ଷେତ୍ରରେ ଗଡ଼ିବ । ଏଥିପାଇଁ ଦୋଳ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଯାଇଛି ରଥ ନିର୍ମାଣ କାର୍ଯ୍ୟ । ବର୍ତ୍ତମାନ ରଥର ମୁଖ୍ୟ ଚାରି ନାହକା ଉଠିବା ପରେ ଅବଶିଷ୍ଟ କାର୍ଯ୍ୟ ଚାଲିଛି । ପାର୍ଶ୍ଵ ଦେବାଦେବୀ ନିର୍ମାଣ ସହିତ ଅନ୍ୟାନ୍ୟ କାର୍ଯ୍ୟକୁ ଯଥାଶୀଘ୍ର ସରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମହାରଣା ସେବାୟତ । ସେପଟେ ଅଶୋକାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଆସନ୍ତା ଶୁକ୍ରବାର ସମ୍ପୂର୍ଣ ଭାବେ ରଥକୁ ପ୍ରସ୍ତୁତ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ।

Tags: bhubaneswarrukuna rathajatra
ShareTweetShareSend
Sanchar Live

Sanchar Live

Next Post
କୋଲକାତାକୁ ୮ ଓ୍ବିକେଟରେ ପରାସ୍ତ ମୁମ୍ବାଇ

କୋଲକାତାକୁ ୮ ଓ୍ବିକେଟରେ ପରାସ୍ତ ମୁମ୍ବାଇ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.