ମାର୍ଚ୍ଚ ୨୭ରୁ ବିଭିନ୍ନ ଦାବିରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଆୟୁଷ ଡାକ୍ତର ସଂଘ ଘୋଷଣା କରିଛି । ଭୁବନେଶ୍ବରରେ ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘର ସାମ୍ବାଦିକ ସମ୍ମିଳନୀ। ବିଭିନ୍ନ ଦାବିକୁ ନେଇ ଲୋୟର ପିମଜିରେ ହେବ ପ୍ରତିବାଦ । ଦୀର୍ଘ ୧୮ ବର୍ଷ ଧରି ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର ଭାବରେ କାର୍ଯ୍ୟ କରୁଛନ୍ତି । ଏହା ପରେ ବି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୧୪୮୫ ଆୟୁଷ ଡାକ୍ତରଙ୍କୁ ନିୟମିତକରଣରୁ ବଞ୍ଚିତ କରାଯାଇଛି । ତେଣୁ ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି, ସରକାରୀ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସକଙ୍କ ସହିତ ସମାନ ବେତନ ପ୍ରଦାନ କରିବା, ଡାକ୍ତରଖାନାକୁ ନିୟମିତ ଔଷଧ ଯୋଗାଣ, ଆୟୁଷ ଡାକ୍ତରଙ୍କ ପରିବାର ବର୍ଗଙ୍କୁ ବାର୍ଷିକ ୨୦ ଲକ୍ଷର ସ୍ବାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରିବା ଓ ଚାକିରି ସମୟରେ ମୃତ୍ୟୁ ବରଣ କରୁଥିବା ଡାକ୍ତରଙ୍କ ପରିବାର ପାଇଁ ୪୦ ଲକ୍ଷ ଟଙ୍କା ଏକକାଳୀନ ସହାୟତା ରାଶି ପ୍ରଦାନ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରତିବାଦ କରିବେ ଆୟୁଷ ଡାକ୍ତର ।