ସଂଚାର ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ଭୂସ୍ଖଳନ। ଜାମ୍ମୁ- ଶ୍ରୀନଗର ଜାତୀୟ ରାଜପଥ ଅନ୍ତର୍ଗତ ରାମବନ, ଚନ୍ଦ୍ରକୋଟା ସମେତ ଅନ୍ୟାନ୍ୟ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଯାନବାହନ ଚଳାଚଳ ଠପ୍ ହୋଇଛି। ବଡ଼ଧରଣର ଭୂସ୍ଖଳନ ଯୋଗୁ ରାସ୍ତାର ଉଭୟ ପାର୍ଶ୍ବରେ ଯାତାୟତ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ଭାରୀ ଯନ୍ତ୍ରପାତି ମୁତୟନ କରାଯାଇ ଟ୍ରାଫିକ ବ୍ଯବସ୍ଥା ସଜାଡ଼ିବା ଲାଗି ବ୍ଯବସ୍ଥା କରାଯଉଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ବି ରାମବନ ଅଞ୍ଚଳରେ ଭୂସ୍ଖଳନ ଘଟିବା ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।