ସଂଚାର ବ୍ୟୁରୋ: ଗାଡ଼ି ସାଇଡ୍ ମାଗିବାରୁ ଗୁଳିମାଡ଼। ବାଲେଶ୍ଵର ଜିଲ୍ଲାର ବସ୍ତା ଥାନା ଚକୁରି ଗାଁରେ ଗୁଳିମାଡ଼ ହୋଇଛି ରାସ୍ତାରେ ଗାଡ଼ି ସାଇଡ୍ ମାଗିବାରୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଆହତ ହେଲେ ଶ୍ରୀରାମପୁର ପଞ୍ଚାୟତ ନିମା ଗାଁର ସୁଧାଂଶୁ ଶେଖର ଜେନା। ସୁଧାଂଶଙ୍କ ଆଣ୍ଠୁରେ ଗୁଳିବାଜିଛି । ତାଙ୍କୁ ଆହତ ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସୁଧାଂଶୁ ଓ ତାଙ୍କ ମାଉସୀ ପୁଅ ଭାଇ ଚିନ୍ମୟୀ ଏକ ବାଇକରେ ନିଜ ଘରକୁ ଫେରୁଥିଲେ । ତେବେ ରାସ୍ତାରେ ୨ଟି ବାଇକରେ ୩ ଜଣ ଯୁବକ ଆସି ତାଙ୍କ ଗାଡି ଅଟକାଇଥିଲେ । ସୁଧାଂଶୁ ସାଇଟ ମାଗିବାରୁ ସାଇଡ ନଦେଇ ସୁଧାଂଶୁଙ୍କ ଗାଡ଼ି ଛଡ଼ାଇବାକୁ ଉଦ୍ୟମ କରିଥିଲେ । ସୁଧାଂଶୁ ଏଥିରେ ବାଧା ଦେବାରୁ ଗୁଳି ମାଡ଼ କରି ୩ ଯୁବକ ଫେରାର ହୋଇଯାଇଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ ସୁଧାଂଶୁଙ୍କୁ ଗୁଳିମାଡ଼ କରାଯାଇଛି ବା ଅନ୍ୟ କେଉଁଥିରେ ଆକ୍ରମଣ ହୋଇଛି ସେନେଇ ପୋଲିସ ସ୍ପଷ୍ଟ କରିନାହିଁ ।