ଭୁବନେଶ୍ୱର: ହୋଲି ପୂର୍ବରୁ ଭୁବନେଶ୍ୱରର ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ । ଆଜି ସକାଳୁ ସାଲିଆ ସାହିରେ ଥିବା ବେଆଇନ ଦେଶୀ ମଦ ଆଡ୍ଡାରେ ଛାପା ମାରିଛି ଅବକାରୀ ବିଭାଗ । ଏହି ଚଢାଉ ବେଳେ ୫ ହାଜର ଲିଟର ପୋଚ ସହ ୧ ହାଜର ଲିଟର ଦେଶୀ ମଦ ନଷ୍ଟ କରିଛି ବିଭାଗ ଅବକାରୀ ବିଭାଗ । ଏହାସହିତ ୮ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ । ଗିରଫ ୮ ଜଣଙ୍କ ମଧ୍ୟରୁ ୬ ଜଣ ମହିଳା । ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ। ତେବେ ବଡ଼କଥା ହେଉଛି ବାରମ୍ବାର ଚଢ଼ାଉ ହେବା ସତ୍ତ୍ୱେ କୁଆଡୁ ଆସୁଛି ଏତେ ପରିମାଣର ମଦ ? କାହିଁକି ବସ୍ତି ନିଶା କାରବାର ରେ ଲଗାମ ଲାଗି ପାରୁନି ? ଅବକାରୀ ବିଭାଗର ଚଢ଼ାଉ ଲୋକ ଦେଖାଣିଆ ନୁହେଁ ତ ? ଏସବୁକୁ ନେଇ ଉଠିଛି ଅନେକ ପ୍ରଶ୍ନ ।