ସଂଚାର ବ୍ୟୁରୋ: ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିିଲା ବରଗାଡ଼ି । ବରଗାଡ଼ିଟି ଖୋର୍ଦ୍ଧାରୁ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ଏକ କାର ଧକ୍କା ଦେଇଥିଲା । କାରର ବେଗ ଏତେ ପ୍ରଖର ଥିଲା ଯେ ଶେଷରେ ପିକଅପ ଭ୍ୟାନ ଓ ଏକ ଟ୍ରକକୁ ମଧ୍ୟ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗାଡ଼ି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର, ମାର୍କଣ୍ଡି ଓ ବ୍ରାହ୍ମଣ ଆଳ୍ପକେ ବର୍ତ୍ତି ଯାଇଛନ୍ତି । ସେପଟେ ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭର ଫେରାର ରହିଛି ।