ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୋମବାର ଏକ ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ଏକ୍ସର ସେବା ଅଚଳ ହୋଇଯାଇଥିଲା, ଯାହା ଫଳରେ ଆପ୍ ବ୍ୟବହାର କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ସୋମବାର, ମାର୍ଚ୍ଚ ୧୦ ତାରିଖ ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟରେ ଉପଭୋକ୍ତାମାନେ ‘ଏକ୍ସ’ ୱେବସାଇଟ୍ ଏବଂ ଆପ୍ ଲଗ୍ ଇନ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ସୂଚନା ଅନୁସାରେ କିଛି ସମୟପରେ ସେବା ସ୍ବାଭାବିକ ହୋଇଥିଲା ।
ଆପ୍ ଏବଂ ୱେବସାଇଟ୍ ସେବା ଉପରେ ନଜର ରଖୁଥିବା ୱେବସାଇଟ୍ ଡାଉନଡିଟେକ୍ଟର ଅନୁଯାୟୀ, ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ପ୍ରାୟ ୨,୫୦୦ ଲୋକ ଏକ୍ସର ସେବାରେ ସମସ୍ୟା ବିଷୟରେ ଜଣାଇଥିଲେ। ତେବେ ଏକ୍ସ ପକ୍ଷରୁ ଏହି ସେବା ଡାଉନ୍ ହେବା ସମ୍ପର୍କରେ କୌଣସି ସୂଚନା ସେୟାର କରାଯାଇନାହିଁ ଏହାର କିଛି ସମୟ ପରେ ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟ୍ ରେ ଏକ୍ସର ସେବା ବ୍ୟାକ୍ ଅପ୍ ହୋଇଯାଇଥିଲା ଏବଂ ଉପଭୋକ୍ତାମାନେ ଆପ୍ ଏବଂ ୱେବସାଇଟରେ ଲଗ୍ ଇନ୍ କରିବାକୁ ସକ୍ଷମ ହୋଇଥିଲେ। ଏକ୍ସ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଚ୍ଛିନ୍ନତା ଦେଖିବାକୁ ମିଳିବା ଏହା ପ୍ରଥମ ଘଟଣା ନୁହେଁ।