ମୁମ୍ବାଇ ନାଗପଡ଼ା ଅଞ୍ଚଳରେ ବଡ଼ ଅଘଟଣ। ପାଣି ଟାଙ୍କି ସଫା କରିବାକୁ ଯାଇ ୫ ଶ୍ରମିକଙ୍କ ମୃତ୍ୟୁ। ଟାଙ୍କି ସଫା କରିବାକୁ ଯାଇ ଭିତରେ ଅଣନିଶ୍ଵାସୀ ହୋଇପଡ଼ିଥିଲେ ଶ୍ରମିକ। ଶ୍ରମିକ ଅଚେତ ହୋଇପଡିବାରୁ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଏହାପରେ ଅଗ୍ନିଶମବାହିନୀର ଟିମ ଆସି ଟାଙ୍କି ଭିତରୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ତେବେ ଟାଙ୍କି ଭିତରେ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଶ୍ରମିକଙ୍କୁ ସ୍ଥାନୀୟ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶ୍ରମିକମାନେ ଏକ ନିର୍ମାଣଧୀନ କୋଠାର ଭୂତଳ ପାଣି ଟାଙ୍କିକୁ ସଫା କରିବା ପାଇଁ ପଶିଥିଲେ। ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।