ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ବାଲେଶ୍ବର ଖନ୍ତାପଡା ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ତପନ କୁମାର ପରିଡାଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ମୃତକଙ୍କ ପରିବାର ଲୋକ ଏଭଳି ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଅଞ୍ଚଳ ନଚିନ୍ତା ଗାଁର ସୁନିଲ କୁମାର ମଲିକଙ୍କ ସ୍ତ୍ରୀ ସଂଗିତା ନାଥ ଗତକାଲି ରାତିରେ ଥଣ୍ଡା ଜ୍ବରରେ ପୀଡିତ ହୋଇ ଡାକ୍ତରଖାନା ଆସିଥିଲେ । ଡାକ୍ତର ତପନ କୁମାର ପରିଡା ସେହି ସମୟରେ କାର୍ଯ୍ୟଋତ ଥିଲେ। ରକ୍ତ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ଦୁଇଟି ଇଂଜେକ୍ସନ ଦେଇଥିଲେ। ଏହାର ପାଞ୍ଚ ମିନିଟ୍ ପରେ ସଂଙ୍ଗୀତାଙ୍କ ମୃ୍ତୁ ହୋଇଥିବା ଆଭିଯୋଗ ଆଣିଛନ୍ତି ସଂଗୀତାଙ୍କ ସ୍ବାମୀ ସୁନିଲ ମଲିକ। ଖନ୍ତାପଡା କାର୍ଯ୍ୟରତ ଡାକ୍ତର ତପନ କୁମାର ପରିଡା ଭୁଲ ଚିକିତ୍ସା ଦ୍ବାରା ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବାଲେଶ୍ବର ଜିଲ୍ଲା ମେଡିକାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି ସ୍ବାମୀ ସୁନିଲ ।

