ଏକତରଫା ପ୍ରେମରୁ ଯୁବତୀଙ୍କ ଘର ଆଗରେ ପାଟିତୁଣ୍ଡ। ବାହାହେବାକୁ ଜିଦ କରି ଯୁବକ ଜଣକ ଗାଳି ଗୁଲଜ କରିବା ସହ ହୋହାଲ୍ଲା କରିଛନ୍ତି। ଯୁବତୀଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଓକିଲପାଳ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗୁପ୍ତି ବଗପାଟିଆ ଗାଁର ନିହାର ସ୍ୱାଇଁ ଓକିଲପାଳ ଗାଁର ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ବାହାହେବା ପାଇଁ ତାଙ୍କ ଘର ଆଗରେ ଅଡ଼ି ବସିବା ସହ ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । ଘଟଣାସ୍ଥଳରେ ରାଜନଗର ପୋଲିସ ପହଂଚି ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।